csstore

ଦ୍ୱିତୀୟ ରାଜ୍ୟ ସ୍ତରୀୟ ବଡଟିକା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ସୁରଜ-୧୧ ଫୁଲବାଣୀ ପୁଲ୍ – ବିର ଫାଇନାଲକୁ ପ୍ରବେଶ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଡଟିକା କ୍ରୀଡା ସଂଘ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ରାଜ୍ୟ ସ୍ତରୀୟ ବଡଟିକା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ପୁଲ୍ – ବିର ସେମି ଫାଇନାଲ ଆଦର୍ଶ କ୍ଲବ ଝାରସୁଗୁଡା ଓ ସୁରଜ-୧୧ ଫୁଲବାଣୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆଜିର ଖେଳରେ ସୁରଜ-୧୧ ଫୁଲବାଣୀ ୩-୦ ଗୋଲରେ ବିଜୟୀ ହୋଇ ପୁଲ୍ – ବି ଫାଇନାଲକୁ ପ୍ରବେଶ କରିଛି । ଏହି ଅବସରରେ ଆଗଲପୁର ତହସିଲ କାର୍ଯ୍ୟାଳୟ ସେକ୍‌ସନ୍ ଅଫିସର ଭରତ ଭୋଇ, ବୁର୍ଡା ଗ୍ରାମ ପଞ୍ଚାୟତ ସରପଞ୍ଚ ସୁଦିଷ୍ଣ ସା, ଅବସର ପ୍ରାପ୍ତ ଗୁଇନ୍ଦା ଅଧିକାରୀ ଯୁଧିଷ୍ଠିର ପଧାନ, ବଡଟିକା ଗ୍ରାମ ପଞ୍ଚାୟତ ସରପଞ୍ଚ ଉଦେନାଥ ନାଏକ, ଯୁବନେତା ତଥା ସମାଜସେବୀ ଆନନ୍ଦ ମେହେର, ଅବସରପ୍ରାପ୍ତ କେନ୍ଦୁଲିଫ୍ ଫରେଷ୍ଟର ଦୁର୍ବାସା ସା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମ୍ୟାଚ କମିଶନର ସୁଦୟ କୁମାର ବାରିକଙ୍କ ପ୍ରତ୍ୟକ୍ଷ ତତ୍ତାବଧାନରେ କରୁଣାକର ପଧାନ, ରାଜକୁମାର ମଣ୍ଡଳ, ସୁଧାଂଶୁ ଶେଖର ସେଠ୍ ଓ ରୋଶନ ମେହେର ଆଜିର ଖେଳକୁ ପରିଚାଳନା କରିଥିଲେ । ସୁରଜ-୧୧ ଫୁଲବାଣୀ ଦଳର ଜିମ୍ମା ଆଜିର ଖେଳର ଶ୍ରେଷ୍ଠ ଖେଳାଳି ଭାବେ ମୁଖ୍ୟ ଅତିଥିଙ୍କଠାରୁ ପୁରସ୍କୃତ ହୋଇଥିଲେ । ହିମାଶୁ ଦଳପତି ମଞ୍ଚ ପରିଚାଳନା ଓ ଧାରା ବିବରଣୀ ପ୍ରଦାନ କରିଥିଲେ । କ୍ରୀଡା ସଂଘର ସଭାପତି ଭୁବନେଶ୍ୱର ଧରୁଆ, ଉପ ସଭାପତି ଗୋପାଳ ବିଶ୍ୱାଳ, ସଂପାଦକ ଅନିରୁଦ୍ଧ ଭୋଇ, ସହ ସଂପାଦକ ମନରଞ୍ଜନ ବିଶ୍ୱାଳ, କୋଷାଧ୍ୟକ୍ଷ ରାଜୁ ପଧାନ, ସୁଶୀଲ ବିଶ୍ୱାଲ, ଯୁବ ସ୍ୱେଚ୍ଛାସେବୀ ଡୋଳାମଣି ଦଳପତି ତଥା କ୍ରୀଡା ସଂଘର ସମସ୍ତ ସଭ୍ୟ ତଥା ଗ୍ରାମବାସୀ ସହଯୋଗ କରିଥିଲେ । ଆସନ୍ତାକାଲି ଫାଇନାଲ୍ ଖେଳ ସୁରଜ-୧୧ ଫୁଲବାଣୀ ଓ ବିଏଫ୍‌ସି କୁଚିଣ୍ଡା ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ସୂତ୍ରରୁ ପ୍ରକାଶ ।

jayashree
Leave A Reply

Your email address will not be published.