ମଠଖାଇ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା : ଚମକିଲା କୋଶଳ କଳା ମଣ୍ଡଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭୂମିକା ଓ ମଠଖାଇ ମହୋତ୍ସବ ପାଳନ କମିଟି ପକ୍ଷରୁ ଆୟୋଜିତ ୧୭ତମ ସର୍ବଭାରତୀୟ ବହୁଭାଷୀ ନାଟକ ସମାରୋହ ମଠଖାଇ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା ସ୍ଥାନୀୟ କୋଶଳ କଳାମଣ୍ଡଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ଭୂମିକା ସଭାପତି ଶିରୀଶ ଚନ୍ଦ୍ର ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଥିଲେ ଯେ, ବହୁଭାଷୀ ସର୍ବଭାରତୀୟ ନାଟ୍ୟ ସମାରୋହ ମଠଖାଇ ମହୋତ୍ସବ ଓଡିଶାରେ ପ୍ରଥମ ଓ ନରସିଂହ ମିଶ୍ରଙ୍କ ମାଟି ପ୍ରତି ମମତା ଅଧିକ ବୋଲି ଏହା ସମ୍ଭବ ହୋଇଛି ବୋଲି କହିଥିଲେ । ସେହିପରି ସମ୍ମାନିତ ଅତିଥି ଡ. ଉମେଶ ଚନ୍ଦ୍ର ଶତପଥୀ କହିଥିଲେ ଯେ, ନାଟକ ସବୁବେଳେ ମଣିଷ ଭିତରେ ରହିଥାଏ ଓ ବିଭିନ୍ନ ସମୟରେ ପ୍ରଦର୍ଶନ କରିଥାଏ ବୋଲି କହିଥିଲେ । ପରେ ମହୋତ୍ସବ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର କହିଥିଲେ ଯେ ଏହା କୌଣସି ରାଜନୈତିକ ମଞ୍ଚ ନୁଁହେ ଓ ଆମେ ବିଭିନ୍ନ ସମୟରେ ବିଭିନ୍ନ ରାଜନୈତିକ ଦଳ ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ କରିଛୁ ଓ ସେମାନେ ଆସି ଆମକୁ ସହଯୋଗ ମଧ୍ୟ କରିଛନ୍ତି ବୋଲି କହିଥିଲେ । ଦ୍ଵିତୀୟ ସନ୍ଧ୍ୟାର ମଂଚକୁ ପ୍ରଖ୍ୟାତ କୋଶଲୀ ନାଟ୍ୟକାର ସ୍ୱର୍ଗତ ବିନୋଦ ପଶାୟତଙ୍କ ନାମରେ ସମର୍ପିତ କରାଯାଇଥିବା ବେଳେ ନାଟ୍ୟକାର ପ୍ରଦୀପ ଭୋଇଙ୍କ ରଚିତ ଓ ବିଜୟ କୁମାର ମହାରଣାଙ୍କ ନିର୍ଦ୍ଦେଶନାରେ କୋଶଲୀ ନାଟକ କାଉଁର୍‌ ମଂଚସ୍ଥ ହୋଇଥିଲା ।

Leave A Reply

Your email address will not be published.