ସୁବର୍ଣ୍ଣ ଭାରତୀ ପରିବାର ପକ୍ଷରୁ ସେବା ସମ୍ମାନ ସମାରୋହ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣ ଭାରତୀ ପରିବାର ସୁବର୍ଣ୍ଣପୁର ପକ୍ଷରୁ ଆୟୋଜିତ “ସେବା ସମ୍ମାନ ସମାରୋହ ୨୦୨୪, ୨୦୨୫ ଓ ୨୦୨୬” ପାଇଁ ବିଭିନ୍ନ କ୍ଷେତ୍ରରେ ସେବା ଓ ସମାଜର ହିତ ପାଇଁ କାର୍ଯ୍ୟକରି ଆସୁଥିବା ୬୦ରୁ ଉର୍ଦ୍ଧ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ଏସପି ନାରାୟଣ ନାୟକ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବରେ ଉପ ଜିଲ୍ଲାପାଳ ସୌମ୍ୟାରୂପା ରଥ, ଆରଏସଏସ ର ସହ ପ୍ରାନ୍ତ ପ୍ରଚାରକ ସୁରେନ୍ଦ୍ର ପଣ୍ଡା, କବି ଆର୍ତ୍ତତ୍ରାଣ ବାବୁ, ପ୍ରଧ୍ୟାପକ ଉମାକାନ୍ତ ନାଗ ଯୋଗଦେଇ ସୁବର୍ଣ୍ଣ ଭାରତୀ ପରିବାରର ସମ୍ମାନ ସମରୋହ ଅୟୋଜନକୁ ଭୂୟସୀ ପ୍ରଶଂସା କରିଥିଲେ । ଅନୁଷ୍ଠାନ ପକ୍ଷରୁ ସୁବର୍ଣ୍ଣପୁର ଏସପି ଶ୍ରୀ ନାୟକଙ୍କୁ ଭାରତ ବିକାଶ ପରିଷଦର ସୁନନ୍ଦା ସାହୁ ଓ ଉଦ୍ଘୋଷକ ଲକ୍ଷ୍ମୀ ନାରାୟଣ ସାହୁଙ୍କୁ “ମୁତ୍ୟାଲ୍ଲୁ ଆମ୍ମା ସ୍ମୃତି ସମ୍ମାନ” ରେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଗୋପାଳଜୀ ବିଭୁ କୃପା ସମ୍ମାନରେ ସୋନପୁର ଉପ ଜିଲ୍ଲାପାଳ ଡ଼. ସୌମ୍ୟାରୂପା ରଥଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସୁବର୍ଣ୍ଣ ଗୌରବ ମରୋଣତ୍ତର ସମ୍ମାନରେ ସ୍ୱାଗତ ମୋହନ ମେହେର, ବି.ସୁଦାମ ପାତ୍ର ଓ ବାଣୀ ସେଟି ହରି ପାତ୍ରଙ୍କ ସମ୍ମାନ ତାଙ୍କ ପରିବାରଙ୍କୁ ପ୍ରଦାନ କରାଯାଇଥିଲା । ସେହିପରି ସମ୍ବାଦ ଶ୍ରୀ ରେ ସ୍ଵାଧୀନ ମେହେର, ନେତୃତ୍ଵ ଶ୍ରୀ ରେ ମନୋରଞ୍ଜନ ତ୍ରିପାଠୀ, ଶିକ୍ଷା ଶ୍ରୀ ରେ ଦେବେନ୍ଦ୍ର ପଧାନ, ଗତିକୃଷ୍ଣ ମିଶ୍ର ଓ ସନ୍ତୋଷ ପୂଝାରୀ, ଧର୍ମ କଲ୍ୟାଣୀ ସମ୍ମାନରେ ନନ୍ଦିନୀ ଶତପଥି, ଯୋଗ ଶ୍ରୀ ରେ ନ୍ୟୁନଚନ୍ଦ୍ର ପୂଝାରୀ, ସୁରେଶ ଚନ୍ଦ୍ର ବେହେରା, ସୁବର୍ଣ୍ଣ ଶ୍ରୀ ରେ ପୌଲସ୍ତି ମେହେର, ସତ୍ୟ ନାରାୟଣ ସାହୁ ଓ ଜୟ ନାରାୟଣ ସା, ନାରୀ ଶକ୍ତିରେ ମଞ୍ଜୁଳା ମିଶ୍ର, ଏଡଭେନଚର୍ ବାଇକ୍ ରାଇଡରରେ ମିଥୁନ ସାହୁ, ସଂସ୍କୃତି ସୁରକ୍ଷାରେ ବୈକୁଣ୍ଠ ଶତପଥୀ, ଘନଶ୍ୟାମ ବ୍ୟାସ ଓ ପ୍ରସାଦୁ ପ୍ରଧାନ, ଆୟୁଶ୍ରୀରେ ରଞ୍ଜନ କୁମାର ମିଶ୍ର, ସୁବର୍ଣ୍ଣ ଶ୍ରିମୟୀରେ କେ. ବର୍ଷା, ଯୁବ ନେତୃତ୍ବରେ ପୀୟୂଷ କୁମାର ପଣ୍ଡା, ସଙ୍ଗୀତ ଶ୍ରୀ ରେ କୃଷ୍ଣଚନ୍ଦ୍ର ସିନ୍ଧରିଆ, ଗୀତିକାରରେ ଯୁଧିଷ୍ଠିର ବାରିକ, ସଦ୍‌ଭାବନା ସମ୍ମାନରେ ଏଡଭୋକେଟ ନରଦେବ ଭୋଇ, ନାଟ୍ୟଶ୍ରୀରେ ଗିରିଜା ଶଙ୍କର ସାହୁ, ସୁରକ୍ଷାରେ ଏକ୍ସ ଆର୍ମି ସଂଘ କର୍ମକର୍ତ୍ତାଙ୍କୁ ଓ ଦେବ ଦମ୍ପତି ସମ୍ମାନରେ ଭଗବତୀ ରାୟଗୁରୁ, ପ୍ରତାପ କେଶରୀ ରାୟଗୁରୁ, ବୃନ୍ଦାବନ ରଥ, ଜୟନ୍ତୀ ରଥ ଓ ଗୁଣନିଧୀ ପାତ୍ର ପ୍ରେମଶିଳା ପାତ୍ରଙ୍କ ସମେତ ସୋନପୁର ସହର ସମାଜର ୫୦ ରୁ ଉର୍ଦ୍ଧ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ଏହି ସେବା ସମ୍ମାନ ସମାରୋହରେ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଦୟାନନ୍ଦ ପବ୍ଲିକ ସ୍କୁଲ ଓ ସୁବର୍ଣ୍ଣ ଭାରତୀ ପରିବାରର ସମସ୍ତ ସଦସ୍ୟ, ଟିଚର, କର୍ମଚାରୀ ଓ ଭାରତ ବିକାଶ ପରିଷଦର ସଭାପତି ଦୁର୍ଯ୍ୟୋଧନ ସାହୁ, ସଦସ୍ୟା ସୁନନ୍ଦା ସାହୁ, କବିତା ପ୍ରଧାନ, ସୁଭାଷିନୀ ଷଡ଼ଙ୍ଗୀ ପ୍ରମୁଖ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସୁନନ୍ଦା ସାହୁ ଓ ଲକ୍ଷ୍ମୀ ନାରାୟଣ ସାହୁ ସଭା ସଂଯୋଜନା କରିଥିବା ବେଳେ ଦୁର୍ଯ୍ୟୋଧନ ସାହୁ, କବିତା ପଧାନ ଓ ସୁଭାଷିନୀ ଷଡ଼ଙ୍ଗୀ ଅତିଥି ସ୍ଵାଗତ କରିଥିଲେ । ସୁବର୍ଣ୍ଣ ଭାରତୀ ପରିବାର ପ୍ରମୁଖ ଶିବ ପ୍ରସାଦ ପାତ୍ରଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ସମ୍ପାଦନ ହୋଇଥିଲା ।

Leave A Reply

Your email address will not be published.