ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ଗେଟସରୋବରପଡା ସ୍ଥିତ ବି. ଆର୍. ଆମ୍ବେଦକର କ୍ଲବ ପରିସରରେ କୁତମୁଣ୍ଡାର ମୁହୁରି କଳା ପରିଷଦ ଓ ବି. ଆର୍. ଆମ୍ବେଦକର କ୍ଲବ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିବା ଏକ ସମ୍ବର୍ଦ୍ଧନା ସଭାରେ ବିଶିଷ୍ଟ ଦଳିତ ବ୍ୟଙ୍ଗ କବି ଗଦାଧର ନିଆଲଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସୂଚନାଯୋଗ୍ୟ ଯେ, ଦିଲ୍ଲୀର ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ ହୋଇଥିବା ୪୧ତମ ରାଷ୍ଟ୍ରୀୟ ଅଧିବେଶନରେ ସାହିତ୍ୟ ପ୍ରତି ଶ୍ରୀ ନିଆଲଙ୍କ ଅବଦାନ ପାଇଁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅଧିବେଶନରେ ଦେଶ ତଥା ବିଦେଶର ଅନେକ ପ୍ରତିଭାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏହି ଅଧିବେଶନରେ ଓଡିଶା ରାଜ୍ୟ ସଭାପତି ନିଆଲ ସିଂ ମଧ୍ୟ ଯୋଗ ଦେଇଥିଲେ । ଆୟୋଜିତ ହୋଇଥିବା ସମ୍ବର୍ଦ୍ଧନା ସଭାରେ ସୀତାରାମ କୁମ୍ଭାର ସଭାପତିତ୍ୱ କରିଥିବା ବେଳେ କୁନା ବାଗ ସଂଯୋଜନା କରିଥିଲେ । ମୁଖ୍ୟ ଅତିଥି ଭାବରେ ଶିକ୍ଷାବିଦ୍ ନେପାଳ ଚନ୍ଦ୍ର ବାଗ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବାସୁଦେବ ମୁଗ୍ରୀ, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଲ, ବିଜୟ ବାରିକ ଓ ବିପ୍ର ଚରଣ ଜୟପୁରିଆ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ମୁହୁରି କଳା ପରିଷଦ ତରଫରୁ ଶ୍ରୀ ନିଆଲଙ୍କୁ ଦଳିତ ସ୍ୱର ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଥିଲା । କଳା ପରିଷଦର ମୁଖ୍ୟ ସଂପାଦକ ଭୋଳାରାମ କୁମ୍ଭାର (ହିମାଂଶୁ) ଓ ଉପ-ସଭାପତି ମୁରଲି ସିକା ଉପଢୌାକନ ଓ ମାନପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ତରଣୀ ଦୀପ, ସୂର୍ଯ୍ୟ ସୁନା, ଲୋକନାଥ ମହାନନ୍ଦ, କୁନା ଗହୀର, ଶମ୍ଭୁ ପ୍ରସାଦ ହରପାଲ, ସରୋଜ ମେଶ୍ୱା, ମଙ୍ଗଲୁ ତାଣ୍ଡି, ସିମେଇ ଦୀପ ଓ ଜଗନ୍ନାଥ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିବା ବେଳେ ଅର୍ଜୁନ ମୁଗ୍ରୀ ଧନ୍ୟବାଦ ଦେଇଥିଲେ ।