କେସିଙ୍ଗା ଯୋଜନା ଡ୍ୟାମରେ ବିଜେପି ପାର୍ଟିର ବନ ବିହାର କାର୍ଯ୍ୟକ୍ରମ

କେସିଙ୍ଗା, (ପ୍ରୀତେଶ ପଟେଲ) : ଡିସେମ୍ବର ମାସ ଶେଷ ବେଳେ ସାରା ଭାରତ ବର୍ଷରେ ବନ ବିହାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥାଏ । ଏହି ଅବସରରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ନଗରରେ କେସିଙ୍ଗା ବିଜେପି ପାର୍ଟି ତରଫରୁ ମଧ୍ୟ ଏକ ବନ ବିହାର କାର୍ଯ୍ୟକ୍ରମ ତହସିର ଯୋଜନା ଡ୍ୟାମ ଠାରେ ଅନୁଷ୍ଠିତ ହୋଇଯାଇଛି । କେସିଙ୍ଗା ଜଗନ୍ନାଥ ସ୍କୋୟାର ଠାରେ ଜିଲ୍ଲା ତରଫରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେସିଙ୍ଗା ବଣ୍ଟି ଜୈନକୁ ଜିଲ୍ଲା ବ୍ୟବସାୟୀ ପ୍ରକୋଷ୍ଠ ସଭାପତି ଓ ରୁପ୍ରା ମଣ୍ଡଳ ପ୍ରଭାରୀ ଭାବେ ସନ୍ତୋଷ ଦାସଙ୍କୁ ମନୋନୀତ କରାଯାଇଛି । କେସିଙ୍ଗା ନଗର ସଭାପତି ପିଙ୍କୁ ପରିଡାଙ୍କ ନେତୃତ୍ଵରେ ଏହି କାର୍ଯ୍ୟକ୍ରମରେ କେସିଙ୍ଗାର ପୂର୍ବତନ ସଭାପତି ମାନଙ୍କୁ ସମ୍ମାନିତ କରାଯାଇଥିଲା ଓ କେସିଙ୍ଗା ନଗରର ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ରାଜ୍ୟ ସମ୍ପାଦକ ସାରଦା ସତପଥୀ, ରାଜ୍ୟ ସଭା ସାଂସଦ ସୁଜିତ୍ କୁମାର, ରାଜ୍ୟ ଉପସଭାପତି ତଥା କଳହାଣ୍ଡିର ଜିଲ୍ଲା ପ୍ରଭାରୀ ଶିବାଜୀ ମହାନ୍ତି, ରାଜ୍ୟ ଉପସଭାପତି ତଥା କୋରାପୁଟ ପ୍ରଭାରୀ ଭବେନ୍ଦ୍ର ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ନୂଆପଡ଼ା ପ୍ରଭାରୀ ଆର୍ତ୍ତତ୍ରାଣ ମହାପାତ୍ର , ଜିଲ୍ଲା ସଭାପତି ଯୁଗଳ ପୋଢ଼, ଧର୍ମଗଡ଼ ଏମ୍‌ଏଲ୍‌ଏ ସୁଧୀର ରଞ୍ଜନ ପାଟଯୋଷୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନମିତା ରାଣୀ ସାହୁ, ଜିଲ୍ଲା କୋଷାଧ୍ୟକ୍ଷ ପ୍ରମୋଦ ଜୈନ, ପୂର୍ବତନ ଏମ୍‌ଏଲ୍‌ଏ ଅନାମ ନାୟକ, କେସିଙ୍ଗା ବିଜେପିର ସମସ୍ତ କର୍ମକର୍ତ୍ତା । ମଞ୍ଚ ସଞ୍ଚାଳନ କରିଥିଲେ ସନ୍ତୋଷ ଦାସ ଓ ଧନ୍ୟବାଦ ଅର୍ପଣ କରିଥିଲେ ମଗନ୍ ସିନ୍ଦୁର । ସକାଳୁ ସନ୍ଧ୍ୟା ଯାଏ ସୁସ୍ଵାଦୁ ଭୋଜନ ବ୍ୟବସ୍ଥା ସମସ୍ତଙ୍କ ପାଇଁ କରାଯାଇଥିଲା ।

Leave A Reply

Your email address will not be published.