csstore

ପାଟଣାଗଡ଼ ହାଇସ୍କୁଲ ୧୯୮୫ ମ୍ୟାଟ୍ରିକ ବ୍ୟାଚର ବନ୍ଧୁମିଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ନୃସିଂହନାଥ ସ୍ଥିତ ଫରେଷ୍ଟ ବିଭାଗର ନର୍ସରୀ ପରିସରରେ ପାଟଣାଗଡ଼ ରମାଇ ହାଇସ୍କୁଲର ୧୯୮୫ ମସିହାରେ ମ୍ୟଟ୍ରେିକ ପଢ଼ୁଥିବା ପ୍ରାୟ ୧୨୫ ଜଣ ସାଙ୍ଗସାଥି ନିଜ ନିଜ ପରିବାର ସହ ଆସି ଶୁକ୍ରବାର ବନ୍ଧୁମିଳନ ସହ ବଣଭୋଜି ହସ ଖୁସିରେ କରିଥିଲେ । ଏମାନେ ସମସ୍ତେ ମିଳିମିଶି ପାପନାଶିନୀ ଝରଣାରେ ଗାଧୋଇ ସାରି ଭଗବାନ ନୃସିଂହନାଥଙ୍କୁ ଦର୍ଶନ କରିଥିଲେ । ଏହାପରେ ବିଭିନ୍ନ ମନୋରମ ସ୍ଥାନ ବୁଲାବୁଲି କରି ଫରେଷ୍ଟ ନର୍ସରୀରେ ରୋଷେଇ କରି ଆନନ୍ଦରେ ସମସ୍ତେ ଭୋଜନ କରିଥିଲେ । ଭୋଜନ ସାରି ଗୀତନାଚ, ଖେଳ ସହ ଏକ ଆଲୋଚନା କାର୍ଯ୍ୟକ୍ରମ କରି ନିଜ ନିଜ ପରିଚୟ ସହ ସେମାନେ କିପରି ବଡ ବଡ ଚାକିରୀ କରୁଛନ୍ତି ଓ ପିଲାଛୁଆଙ୍କୁ କିପରି ଭଲ ମଣିଷ କରିବା ସେନେଇ ନିଜ ନିଜ ବକ୍ତବ୍ୟରେ ସୁନ୍ଦର ଭାବରେ ବର୍ଣ୍ଣନା କରିଥିଲେ । ରାୟପୁର, ମହାଶମୁନ, ବୈସେନା, ଭୁବନେଶ୍ୱର, କଟକ, ସମ୍ବଲପୁର, ବରଗଡ, ସାରାଇପାଲି, ରାୟଗଡ଼, ପଦ୍ମପୁର ପ୍ରମୁଖ ସ୍ଥାନରୁ ସାଙ୍ଗସାଥିମାନେ ଆସିଥିଲେ । ରମେଶ କୁମାର ଜୈନ, ସୁରେଶ ପାତ୍ର, ସୁରେଶ ମେହେର, ନିର୍ମଳା ଅଗ୍ରୱାଲ, ମୀନା ସାହୁ, ମଦନା ପଟ୍ଟନାୟକ, ବାସନ୍ତୀ ଠାକୁର, ସନ୍ତୋଷିନୀ ରଥ ପ୍ରମୁଖ ସମସ୍ତ କାମକୁ ସୁରୁଖୁରୁରେ ମିଳିମିଶି ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.