ସର୍ବଭାରତୀୟ ଛିନ୍ଦେଇକେଲା କ୍ରିକେଟ କପ୍ : ବିଶାଖାପାଟଣା ରେଲୱେକୁ ହରାଇ ଫାଇନାଲରେ ପ୍ରୟାଗରାଜ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ଚନ୍ଦ୍ରଶେଖର ମିନି ଷ୍ଟାଡିୟମରେ ରାଜିଂ ଷ୍ଟାର କ୍ରିକେଟ କ୍ଲବ ପକ୍ଷରୁ ଅନୁଷ୍ଠିତ ୨୯ତମ ସର୍ବଭାରତୀୟ ଛିନ୍ଦେଇକେଲା କ୍ରିକେଟ କପ୍ ଶୁକ୍ରବାର ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ବିଶାଖାପାଟଣା ରେଲୱେକୁ ହରାଇ ପ୍ରୟାଗରାଜ (ୟୁପି) ବିଜୟୀ ଫାଇନାଲରେ ପ୍ରବେଶ କରିଛି ।ସକାଳେ ବିଶିଷ୍ଟ ଯୁବ ବ୍ୟବସାୟୀ ତଥା ସମାଜସେବୀ ବିନନ୍ଦ ସାହୁ, ଛିନ୍ଦେଇକେଲା ଉଚ୍ଚ ବିଦ୍ୟାଳୟ ପିଇଟି ଶିକ୍ଷକ ହେମସାଗର ସାହୁ, ଜାମସେଠ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପାଳ ପ୍ରସାଦ ବେହେରା ଯୋଗଦେଇ ଉଦଘାଟନ କରି ଖେଳ ଶୁଭାରମ୍ଭ କରିଥିଲେ । ପ୍ରୟାଗରାଜ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ୮ ୱିକେଟ ହରାଇ ୧୪୨ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ବେଦ ପ୍ରକାଶ ୪୧, କ୍ରିଷ୍ଣା ପାଣ୍ଡେ ୨୩, ବିକାଶ କୁମାର ପଲ ୨୭ ରନ ସଂଗ୍ରହ କରିଥିଲେ । ବିଶାଖାପାଟଣା ଦଳରୁ ଏନ ଲଭରାଜୁ, ସୋମେଶ୍ୱର ରାଓ, ଦୀପକ ସାମନ୍ତରାୟ ୨ ୱିକେଟ ଲେଖାଏଁ ନେଇ ଥିବା ବେଳେ କେ ପ୍ରବୀନ ୧ ୱିକେଟ ନେଇଥିଲେ । ୧୪୩ ରନ ବିଜୟ ଲକ୍ଷ୍ୟ ନେଇ ବିଶାଖାପାଟଣା ରେଲୱେ ଦଳ ୨୦ ଓଭରରେ ୫ ୱିକେଟ ହରାଇ ୧୧୩ ରନ କରି ୨୯ ରନରେ ପରାଜିତ ହୋଇଥିଲେ । ଦଳ ପକ୍ଷରୁ ଦୀପକ ସାମନ୍ତରାୟ, ମଧୁ ବିରାଟ ୨୮ ରନ ଲେଖାଏଁ କରିଥିବା ବେଳେ ଏନ ଲଭରାଜୁ ୨୦ ରନ ସଂଗ୍ରହ କରିଥିଲେ । ପ୍ରୟାଗରାଜ ଦଳ ପକ୍ଷରୁ ଏମଡି ଉମର ୨ ୱିକେଟ ନେଇଥିବା ଏମ କ୍ରିଷ୍ଣା, ଅନୁରାଗ ସିଂ, ଅଖିଳେଶ ଯାଦବ ୧ ୱିକେଟ ଲେଖାଏଁ ନେଇଥିଲେ । ଓସିଏ ଅମ୍ପାୟାର ସୁଶାନ୍ତ ପାଣିଗ୍ରାହୀ ଓ ଓସିଏ ଅମ୍ପାୟାର ସଞ୍ଜୀବ ନାୟକ ଖେଳ ପରିଚାଳନା କରିଥିଲେ । ବୁନିଲ କୁମାର ସାହୁ, ରିଷଭ କୁମାର ସାହୁ, ଧିରେଶ କୁମାର ସାହୁ ସ୍କୋରର ଥିବା ବେଳେ ରମେଶ ଚନ୍ଦ୍ର ସାହୁ, ତେଜରାଜ ଠାକୁର, ଥବିର ଦୀପ, ମଳୟ ତାଣ୍ଡି ଧାରାବିବରଣୀ ପ୍ରଦାନ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଠିକାଦାର ହେମନ୍ତ କୁମାର ପ୍ରଧାନ ଓ ସମ୍ମାନିତ ଅତିଥି ଭାବେ ଶ୍ରୀ ଟିଭିଏସ ପ୍ରୋପାଇଟର ବିଜୟ କୁମାର ସାହୁ, ସମାଜସେବୀ ପ୍ରମୋଦ ରାୟ, ଏମଏମ ଷ୍ଟୁଡିଓ ପ୍ରୋପାଇଟର ମଦନ ସାହୁ, ସାମ୍ବାଦିକ ଗିରୀଶ ଚନ୍ଦ୍ର ମାଝୀ, ସ୍ୱତନ୍ତ୍ର ସାହୁ ପ୍ରମୁଖ ଯୋଗଦେଇ ପ୍ରୟାଗରାଜ ଦଳର ଏମଡି ଉମରଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ଦେଇ ପୁରସ୍କୃତ କରିଥିଲେ । ଏଥିରେ ଆୟୋଜକ ସଭାପତି ଯତୀନ ସାହୁ, ଉପସଭାପତି ଆଦର୍ଶ ସାହୁ, ସମ୍ପାଦକ କାହ୍ନୁଚରଣ ସାହୁ, କୋଷାଧ୍ୟକ୍ଷ ଆକାଶ ସାହୁ, ଉପଦେଷ୍ଟା ବିନନ୍ଦ ସାହୁ, ପ୍ରଶାନ୍ତ ସାହୁ, ରୋହିତ ସାହୁ, ଜୁନିୟର ପ୍ରଶାନ୍ତ ସାହୁ, ପ୍ରମୋଦ ସାହୁ, ସୁଶାନ୍ତ କୁମାର ସାହୁ, ମଣ୍ଟୁ ଭୋଇ, ମଣ୍ଟୁ ସାହୁ ଉପସ୍ଥିତ ଥିବା ବେଳେ ସୁପିନ ସାହୁ, ସତ୍ୟ ସାହୁ, ଜୟକିଶୋର ସୁନା, ପୁସ୍ତମ ବଗର୍ତ୍ତି, ଋଷଭ ସାହୁ, ଚିନ୍ମୟ ଭୋଇ, ରବି ଭୋଇ, କବିରାଜ ସାହୁ, ଅଶ୍ୱିନୀ ସାହୁ ପରିଚାଳନା ସହଯୋଗ କରିଥିଲେ । ଆସନ୍ତାକାଲି ରାଉରକେଲା ଓ ରାଞ୍ଚି ମେକନ (ଝାଡ଼ଖଣ୍ଡ) ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେବ ବୋଲି ଉପଦେଷ୍ଟା ଆନନ୍ଦ ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.