ସେବା ଗୌରବ ସମ୍ମାନରେ ସମ୍ମାନିତ ହେଲେ ତୋରା ଗ୍ରାମର ଡକ୍ଟର ସସ୍ମିତା ମେହେର

ସାଲେଭଟା, (କେପିଏନ୍‌ଏସ୍‌) : ମାଗଣା ସିଲେଇ ଶିକ୍ଷା ଏବଂ ମାଗଣା ବାନ୍ଧ ଶିକ୍ଷା ଦେଇ ଶହ ଶହ ମହିଳାଙ୍କୁ ଆତ୍ମ ନିର୍ଭରଶୀଳ କରି ଚର୍ଚ୍ଚାରେ ଥିବା ବରଗଡ ଜିଲ୍ଲା ଅନ୍ତର୍ଗତ ତୋରା ଗ୍ରାମର ଡକ୍ଟର ସସ୍ମିତା ମେହେର ସେବା ଗୌରବ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ତାଙ୍କର ଏହି ସମ୍ମାନିତ ଖବର ପାଇ ତାଙ୍କୁ ତାଙ୍କ ଶୁଭେଚ୍ଛୁମାନେ ଅଭିନନ୍ଦନ ବାର୍ତ୍ତା ଦେଉଥିବା ଦେଖିବାକୁ ମିଳିଛି । ପ୍ରକାଶ ଥାଉକି ଗତ ୨୧ ଡିସେମ୍ବର ଭୁବନେଶ୍ୱର ସ୍ଥିତ ଗୀତଗୋବିନ୍ଦ ସଦନ ଠାରେ ପ୍ରତିଜ୍ଞା ଖବର କାଗଜର ବାର୍ଷିକ ଉତ୍ସବ ହୋଇଥିଲା । ଏଥିରେ ପ୍ରତିଜ୍ଞା ଲାଇଭର ରଜ ବିୟୁଟି ବିଜେତାମାନଙ୍କୁ ସମ୍ମାନିତ କରାଯିବା ସହିତ ସମାଜ ପାଇଁ ନିଜକୁ ସମର୍ପିତ କରିଥିବା ଡକ୍ଟର ସସ୍ମିତା ମେହେରଙ୍କୁ ସେବା ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ସମ୍ମାନ ଆଗକୁ ଆହୁରି ପ୍ରେରଣା ଦେବ ବୋଲି ଡକ୍ଟର ମେହେର ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.