csstore

କପିଲାଭଟା ପଂଚାୟତ କାର୍ଯ୍ୟାଳୟ ଠାରେ ବିକଶିତ ଭାରତ – ଜି ରାମ ଜି ଉପରେ ସ୍ୱତନ୍ତ୍ର ଗ୍ରାମସଭା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଆଜି ସକ୍ଷମ ପଞ୍ଚାୟତ, ବିକଶିତ ଭାରତ ଜି ରାମ ଜି ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ କପିଲାଭଟା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଜ୍ଞାନ ମେହେରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କପିଲାଭଟା ସରପଞ୍ଚ ତୁଳସେ ଭୋଇ ଯୋଗଦେଇ ଜି ରାମ ଜି ଯୋଜନା ସମ୍ପର୍କରେ ଲୋକମାନଙ୍କୁ ସଚେତନତା କରିଥିଲେ । ଏଥିରେ ନୋଡାଲ ଅଫିସର ତଥା କନିଷ୍ଠ ଯନ୍ତ୍ରୀ ବିକାଶ ଚନ୍ଦ୍ର ଦୀପ, ଏଡିଇଓ ପ୍ରଦୀପ ଶତପଥୀ, କପିଲାଭଟା ପଞ୍ଚାୟତର ସମିତି ସଭ୍ୟ କେଦାର ଭୋଇ, ମା’ ସାହାଜି ଯୁବକ ସଂଘର ସମ୍ପାଦକ ହୁଲେଶ୍ୱର ହଂସ, ଜିଓଟେଗ ଶୁଭାକର ନାଗଙ୍କ ସହ ଜନ ପ୍ରତିନିଧିମାନେ ସାମିଲ ହୋଇଥିଲେ । ବିଭିନ୍ନ ବ୍ୟକ୍ତିଗତ ଓ ସାମୁହିକ କାର୍ଯ୍ୟଗୁଡିକ ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଥିଲେ । ଜି ରାମ ଜି ଯୋଜନା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।

jayashree
Leave A Reply

Your email address will not be published.