ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ସ୍ଥାନୀୟ ଜମିଦାରପଡ଼ା ବରିଷ୍ଠ ସାମ୍ବାଦିକ ଡ଼. ନାରାୟଣ ମିଶ୍ରଙ୍କ ସମୁଦୁଣୀ ଚନ୍ଦ୍ରକୂା ମିଶ୍ର, ୫୭ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିବା ନେଇ ସୂଚନା ମିଳିଛି । ସେ ଜଣେ ଧାର୍ମିକ, ସମାଜସେବୀ, ପରୋପକାରୀ ମହିଳା ଥିଲେ । ମୃତ୍ୟୁ ସମୟରେ ତାଙ୍କର ସ୍ୱାମୀ ଚିନ୍ତାମଣି ମିଶ୍ର, ବଡ଼ପୁଅ ଯଯାତି କେଶରୀ ମିଶ୍ର, ପୁତ୍ରବଧୁ ଡ଼ଃ. ଇତିଶ୍ରୀ ମିଶ୍ର, ସାନପୁଅ ଜୟନ୍ତ କୁମାର ମିଶ୍ର,ସମୁଦୁଣୀ ଗୀତାଞ୍ଜଳି ମିଶ୍ର, ତାପସ କୁମାର ମିଶ୍ର ଓ ବନ୍ଧୁଗଣ ଉପସ୍ଥିତ ଥିଲେ । ବଡ଼ପୁଅ ଯଯାତି କେଶରୀ ମିଶ୍ର ପୁରୀ ସ୍ୱର୍ଗଦ୍ୱାରରେ ମୁଖାଗ୍ନି ଦେଇଥିଲେ । ଏହି ସମୟରେ ବନ୍ଧୁବାନ୍ଧବ ବହୁ ସଂଖ୍ୟାରେ ଉପସ୍ଥିତ ହୋଇ ଶେଷ ଦର୍ଶନ କରିଥିଲେ । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।