ବାରିପଦା, (ଦେବସ୍ମିତ ଚୌଧୁରୀ) : ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଜିଲ୍ଲା ଉପନିୟନ୍ତ୍ରକ ବୈଧ ମାପ ବିଜ୍ଞାନ, ମୟୂରଭଞ୍ଜ, ବାରିପଦା ଓ ସଂକଳ୍ପ, କୁଳିଅଣା ଆନୁକୂଲ୍ୟରେ ଦିଗନ୍ତ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଦାରଗାଡ଼ାହି, ବାରିପଦା ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଜାତୀୟ ଖାଉଟି ଦିବସ ୨୦୨୫ ପାଳିତ ହୋଇଯାଇଛି । ସଂକଳ୍ପର ସମ୍ପାଦକ ପ୍ରଦୀପ କୁମାର ଦାସ ମହାପାତ୍ର ସ୍ୱାଗତ ଭାଷଣ ଓ ମଂଚାସୀନ ସମସ୍ତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଡ଼ି ସି ଡ଼ି ଆର ସି ର ମେମ୍ବର ଜୀବନ କୃଷ୍ଣ ବେହେରା ଯୋଗଦେଇ ଅନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ କରି ଦିବସକୁ ଶୁଭ ଉଦଘାଟନ କରିଥିଲେ । ଉପ ନିୟନ୍ତ୍ରକ ବୈଧ ମାପ ବିଜ୍ଞାନ ଅଧିକାରୀ, ମୟୂରଭଞ୍ଜ, ବାରିପଦାର ସୁଷମା ପଣ୍ଡା ଜାତୀୟ ଖାଉଟି ଦିବସ ପାଳନ ସମ୍ପର୍କରେ ସୂଚନା ପ୍ରଦାନ କରିଥିବା ବେଳେ ଦିଗନ୍ତ ବିକାଶ କଲେଜର ଅଧ୍ୟକ୍ଷ ମହେନ୍ଦ୍ର ନାଥ ପାତ୍ର ମଞ୍ଚ ପରିଚାଳନା କରିଥିଲେ । ଡ଼ି ସି ଡ଼ି ଆର ସି ର ମେମ୍ବର ଜୀବନ କୃଷ୍ଣ ବେହେରା, ଅତିରିକ୍ତ ଖାଦ୍ୟ ଯୋଗାଣ ଅଧିକାରୀ, ବାରିପଦାର ଆଶିଷ ରଞ୍ଜନ ରାଉତ, ବାରିପଦା ମୁନିସିପାଲିଟିର ଏ ସି ଏସ ଓ ପାର୍ଥ ରଞ୍ଜନ ଶତପଥୀ, ନିରୀକ୍ଷକ ବୈଧ ମାପ ବିଜ୍ଞାନ, ଉଦଳାର ପ୍ରମୋଦ କୁମାର ନାୟକ, ଦିଗନ୍ତ ବିକାଶ କଲେଜ ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ନାୟକ, ପ୍ରମୁଖ ଉପସ୍ଥିତ ରହି ଖାଉଟି ସୁରକ୍ଷା ସଚେତନତା ବାର୍ତ୍ତା, ଖାଉଟିର କର୍ତ୍ତବ୍ୟ ଓ ଭୂମିକା, ଅପମିଶ୍ରଣ ରୋକିବା, ଦ୍ରବ୍ୟ କିଣା ତୃଟି ପୂର୍ଣ୍ଣ ସେବା, ଅନଲାଇନ କ୍ରୟ, ଖାଉଟି ବିବାଦର ପ୍ରତିକାର ଵ୍ୟବସ୍ଥା, ସି ପି ଆକ୍ଟ ୨୦୧୯, ଉପଭୋକ୍ତା ମାନଙ୍କୁ ସ୍ପୀଡ଼ି ଡିସପୋଜାଲ ଜରିଆରେ ଡିଜିଟାଲ ଜଷ୍ଟିସ ପ୍ରଦାନ ସମ୍ବନ୍ଧୀୟ ଉପାଦେୟ ସୂଚନା ପ୍ରଦାନ କରିଥିଲେ । କଲେଜର ଷ୍ଟାଫ, ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲାରେ ଖାଉଟି ସୁରକ୍ଷା ଓ ସଚେତନତାର ବାର୍ତ୍ତା ପାଇଁ ବ୍ଲକ ସ୍ତରୀୟ କର୍ମଶାଳା ଆୟୋଜନ ନିମନ୍ତେ ପ୍ରଚେଷ୍ଟା ଜାରି ରଖିବାକୁ ସଂକଳ୍ପର ସମ୍ପାଦକ ସୂଚନା ଦେଇଥିଲେ । ଫୋର୍ଡ଼ର ସମ୍ପାଦକ ସନ୍ତୋଷ ଖଣ୍ଡା ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଂକଳ୍ପର ପୁଷ୍ପଲତା ନାଏକ, ମଞ୍ଜରି ରାଣୀ ନାଏକ କାର୍ଯ୍ୟକ୍ରମକୁ ଆୟୋଜନରେ ସହଯୋଗ କରିଥିଲେ ।
Prev Post