ଅବ୍ୟବସ୍ଥା ଘେରରେ ପର୍ଲିମାଲ କାନାରା ବ୍ୟାଙ୍କ, କର୍ମଚାରୀଙ୍କ ମୁହଁ ବନ୍ଦ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଏବେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଲୋକେ ନିଜ ଉପାର୍ଜିତ ଟଙ୍କା ବ୍ୟାଙ୍କରେ ଜମା ଦେଇଥାନ୍ତି । ତା ସହ ଅନେକ ସମୟରେ ନିଜ ସୁନାକୁ ମଧ୍ୟ ବନ୍ଧକ ରଖି ବ୍ୟାଙ୍କରୁ ଟଙ୍କା ଆଣିଥାନ୍ତି । ଆମେ କହୁଛୁ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ନିକଟରେ ଥିବା ପର୍ଲିମାଲ କାନାରା ବ୍ୟାଙ୍କର କଥା । ସୂଚନାଯୋଗ୍ୟ ଯେ, ଉକ୍ତ ବ୍ୟାଙ୍କରେ ଗତକାଲି ରାତ୍ରିରେ ଚୋର ପଶି ଚୋରି କରିବାକୁ ଉଦ୍ୟମ କରିଛି । କର୍ମଚାରୀ ସକାଳେ ଆସି ବ୍ୟାଙ୍କର ଗେଟ ଖୁଳିବାକୁ ଯାଇଥିଲେ । ବାହାର ପଟ ତାଲା ଖୋଲି ଥିଲେ, ହେଲେ କବାଟର ଭିତର ପଟୁ ଚୋର ଶିକୁଳି ଲଗାଇ ଦେଇଥିଲା । ଖବର ପାଇ ବେଲପଡା ପୋଲିସ ଓ ପାଟଣାଗଡ଼ ଏସଡିପିଓଙ୍କ ସହ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ କଟର୍‌ ସାହାଯ୍ୟରେ କବାଟକୁ କାଟି ଭିତର ପଟୁ ଦିଆଯାଇଥିବା ଶିକୁଳିକୁ ଖୋଲିଥିଲେ । ସମସ୍ତ ଟିମ୍‌ ବ୍ୟାଙ୍କ ଭିତରକୁ ଯାଇ ଦେଖିଲେ ଯେ ଭିତରେ ଥିବା ସମସ୍ତ ସାମଗ୍ରୀ ସହି ସଲାମତ୍‌ ଅଛି । ସନ୍ଧାନୀ କୁକୁରକୁ ତଦନ୍‌ନ୍ତ ପାଇଁ ଅଣାଯାଇଥିଲେ ମଧ୍ୟ କିଛି ଟେର୍‌ ମିଳି ନଥିବା ଚଚ୍‌ର୍ଚ୍ଚା ହେଉଛି । କିନ୍ତି ଏଠାରେ ପ୍ରଶ୍ନ ଉଠୁଛି ଯେ, ଏଡ଼େ ବଡ଼ କାନାରା ବ୍ୟଙ୍କ, ଯାହା ଉପରେ ଏହି ଅଞ୍ଚଳବାସୀ ନିର୍ଭର କରିଥାନ୍ତି । କିନ୍ତୁ ଏହି ବ୍ୟାଙ୍କରେ ବାହାରେ ଲାଇଟର ବ୍ୟବସ୍ଥା ନାହିଁ, ସିସି ଟିଭିର ବ୍ୟବସ୍ଥା ନାହିଁ । ପୁଣି ସିକୁରିଟିର ବ୍ୟବସ୍ଥା ନଥିବା ଲୋକେ କହୁଛନ୍‌ନ୍ତି । ଏଭଳି ଅବ୍ୟବସ୍ଥା ଯୋଗୁଁ ଜାମାକାରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ନେଇ ଆମେ ବ୍ୟାଙ୍କ କର୍ମଚାରୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ, କିନ୍ତୁ ପର୍ଲିମାଲ କାନାରା ବ୍ୟାଙ୍କ କର୍ମଚାରୀଙ୍କ ମୁହୁଁ ବନ୍ଦ ରହିଥିଲା ।

Leave A Reply

Your email address will not be published.