csstore

ଶ୍ରଦ୍ଧାଞ୍ଜଳି ସଭାରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ କୃପାସିନ୍ଧୁ ଭୋଇଙ୍କ ଧର୍ମପତ୍ନୀ ସୂର୍ଯ୍ୟକୁମାରୀ ଭୋଇଙ୍କ ଏକାଦଶାହ କାର୍ଯ୍ୟ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ରବିବାର ଜଗବନ୍ଧୁ ଭୋଇଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ସମ୍ମାନିତ ଅତିଥି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ଅତାବିରା ବିଧାୟକ ନିହାର ମହାନନ୍ଦ, ପୂର୍ବତନ ବିଧାୟକ ସାଧୁ ନେପାକ, ନିପନ ଦାସ, ଯୁଗଳ ସିଂ, ସୁଶାନ୍ତ ମିଶ୍ର, ଅନିଲ ପ୍ରଧାନ, କୁନୁ ପାଣ୍ଡେ, କରୁଣାକର ସାହୁ, ପରମାନନ୍ଦ ମହାକୁଡ଼, ସନ୍ତୋଷ ପାଣିଗ୍ରାହୀ, ଶରତ ବଡପଣ୍ତା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ସୂର୍ଯ୍ୟକୁମାରୀ ଭୋଇଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଦେଇ ତାଙ୍କର ସ୍ମୃତି ଚାରଣ କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ସୋରେନ ତାଙ୍କର ବାଲ୍ୟବନ୍ଧୁ ପୂର୍ବତନ ବରଗଡ଼ ସାଂସଦ ସଞ୍ଜୟ ଭୋଇ, ସାଗରିକା ଭୋଇ, ଡାକ୍ତର ସଂଜୀବ ଭୋଇ, କଲ୍ୟାଣୀ ନାନୀ, ଡାକ୍ତର ବନ୍ଦିନୀ ନାନୀ ତଥା ତାଙ୍କର ସମସ୍ତ ପରିବାରଙ୍କ ସହ ବସି ଘରୋଇ କଥାବାତ୍‌ର୍ତ୍ତା ହୋଇ ବହୁତ ଖୁସି ହୋଇ ଥିବା ବେଳେ ମା’ଙ୍କ ବିୟୋଗ ମତେ ମର୍ମାହତ, ଦୁଃଖିତ କରିଛି ବୋଲି କହିଥିଲେ । ଉପସ୍ଥିତ ସମସ୍ତ ଅତିଥି ଓ ବନ୍ଧୁପରିଜନ ମାନଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା । ବିନୋଦ କାଳିଆ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.