ରୟାଲ ଏକାଡେମୀର ବାର୍ଷିକ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର କଲେଜ ଛକ ସ୍ଥିତ ରୟାଲ ଏକାଡେମୀର ବାର୍ଷିକ ଉତ୍ସବ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରୟାଲ ଏକାଡେମୀର ଟ୍ରଷ୍ଟି ପରିଚାଳନା ଅଧ୍ୟକ୍ଷା ନିରୁପମା ପଣ୍ଡା ବାର୍ଷିକ ଉତ୍ସବରେ ଅଧ୍ୟକ୍ଷତା କରିବା ସହ ମୁଖ୍ୟ ଅତିଥି ପ୍ରଫେସର ତରୁଣ ମିସ୍ର, ଟ୍ରଷ୍ଟି ସଭ୍ୟ ପ୍ରକାଶ କୁମାର ନେପାକ ସମ୍ମାନିତ ଅତିଥି ଏବଂ ଅଶୋକ କୁମାର ମେହେର ବକ୍ତା ତଥା ଟ୍ରଷ୍ଟି କୁନା ବାଗ, ଅଜିତ ପଣ୍ଡା ଅତ୍ୟତମ ଅତିଥି ରୂପେ ଯୋଗଦାନ କରି ବିଦ୍ୟାଳୟ ଛାତ୍ର ଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେବା ସହ ପୁରସ୍କାର ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସଂଜିତା ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ । ଶିକ୍ଷକ ଦେବାନନ୍ଦ ସାହୁ ସଭା ସଂଯୋଜନା କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ବିଭିନ୍ନ ପ୍ରତିଯେଗିତାରେ ସଫଳ ହୋଇଥିବା ଛାତ୍ରଛାତ୍ରୀମାନେ ବରିଷ୍ଠ ବିଭାଗ ଚମ୍ପିୟାନ ଋତୁରାଜ ପଶାୟତ ଏବଂ କନିଷ୍ଠ ବିଭାଗରେ କୃତ୍ତିକା ଖମାରୀ ଏବଂ ବିଭିନ୍ନ ପ୍ରତିଯୋଗିତାରେ ବିଜେତା ଋତୁରାଜ ପଶାୟତ, ପ୍ରିଶୁଶ୍ରିବା ପାଢୀ, ଅମାୟିରା ସାୟିଦ, ରିୟାନ୍ସ ଭାର୍ଗବ ହୋତା, ଆଦିରୟା ଇସାରାତ, ଆରାଧ୍ୟା ମହାନ୍ତି, ଦେବାଶ୍ରିତ ଧାରୁଆଙ୍କୁ ମୁଖ୍ୟ ଅତିଥି ତଥା ଅନ୍ୟ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ଅଭିଭାବକମାନଙ୍କ ଦୌଡ ପ୍ରତିଯୋଗିତାରେ ଗୋବିନ୍ଦ ମହାନ୍ତି, ଶୁଭ୍ରାଂଶୁ ଶେଖର ନାଏକ, ସୁଶୀଲ ମହାକୁଡ ଯଥା କ୍ରମେ ପ୍ରଥମ, ଦ୍ୱିତୀୟ ତଥା ତୃତୀୟ ସ୍ଥାନ ପାଇଁ ପୁରସ୍କାର ପାଇଥିଲେ । ଅଭିଭାବିକାଙ୍କ ମ୍ୟୁଜିକ ଚେୟାର ପ୍ରତିଯୋଗିତାରେ ସୌଦାମିନୀ ଧରୁଆ, ଦିବ୍ୟାନି ନାଏକ, ନତିଶା ଖାତୁନ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପୁରସ୍କାର ପାଇଥିଲେ । ପରିଶେଷରେ ଅଧ୍ୟକ୍ଷା ନିରୁପମା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.