csstore

ସାଇବର କ୍ରାଇମ ମାମଲାରେ ଛତ୍ରପୁରରେ ୪ଜଣ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାଇବର କ୍ରାଇମ ମାମଲାରେ ଗଞ୍ଜାମ ପୋଲିସ ଜିଲ୍ଲାକୁ ମିଳିଛି ଏକ ବଡ଼ ସଫଳତା, ଗତ କିଛିଦିନ ହେଲା ଏ ସମ୍ପର୍କରେ ମିଳିଥିବା ସୁରାକରୁ ଖୋଳତାଡ଼ କରି ଛତ୍ରପୁର ଥାନା ପୋଲିସ ପକ୍ଷରୁ ରବିବାର ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେମାନେ ହେଲେ ଛତ୍ରପୁର ସହରାଞ୍ଚଳର କେ. ଅନୀଲ କୁମାର ପାତ୍ର (ଗଣେଷ ନଗର ଫାଷ୍ଟ୍ ଲାଇନ୍), ଗଗନ ଦଳେଇ ( ନୀଳକଣ୍ଠ ନଗର ସାହି), ପବିତ୍ର ପ୍ରଧାନ ଏବଂ ହୁମ୍ମା ଅଞ୍ଚଳର କୁମାର୍ ବାବୁ ଓରଫ୍ ଶଙ୍କର୍ଷଣ ସାହୁଙ୍କୁ ଛତ୍ରପୁର ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ ୪ଟି ମୋବାଇଲ୍, ଗୋଟିଏ ଆଧାର କାର୍ଡ, ଏଟିଏମ୍ କାର୍ଡ ସହିତ ଅନେକ କିଛି ଜବତ କରାଯାଇଛି । ପ୍ରକାଶ ଥାଉକି, ଏମାନେ ଲୋକଙ୍କର ଆଧାର କାର୍ଡ, ପାନ୍ କାର୍ଡ, ଏଟିଏମ୍ କାର୍ଡର ନକଲ୍ ତଥ୍ୟକୁ ଆଧାରିତ ଦିଲ୍ଲୀର ଜଣେ ଦଲାଲକୁ ପ୍ରଦାନ କରୁଥିଲେ, ଅନ୍ ଲାଇନ୍ ମାଧ୍ୟମରେ ସେ ବ୍ୟାଙ୍କରୁ ଟଙ୍କା ହଡ଼ପ କରି ଏମାନଙ୍କୁ କମିଶନ ଆକାରରେ ମୋଟା ଅଙ୍କରେ ଅର୍ଥ ରାଶି ସେର କରାଯାଉଥିଲା । ଅର୍ଥ ରାଶି ପାଇ ଏମାନେ ଖୁସ୍ ହୋଇ ଭଲ ଲାଇଫ ମୋଟା ଅଙ୍କର ଟଙ୍କା ଖାଇ ଅଏସ କରୁଥିଲେ । ଯାହାକି ଲୋକଙ୍କର ଲକ୍ଷ ଲକ୍ଷ ଟଙ୍କା ଠକେଇ ମାମଲାରେ ଏମାନେ ସାମିଲ୍ ଥିବା ର ଛତ୍ରପୁରରେ ଦୁଇ ଜଣ ବ୍ୟକ୍ତି ସାମିଲ୍ ଥିଲେ ଏବଂ ସେମାନେ ଏହି ଜାଲ କାର୍ଯ୍ୟର ସମ୍ବନ୍ଧରେ ପୋଲିସକୁ ଧରାଇ ଥିଲେ ବୋଲି କୁହାଯାଏ । ଏହା ଅନ୍ ଲାଇନ୍ ଗେମିଙ୍ଗ ଅର୍ଥ ରାଶି କାରବାର ଅଟେ । ଯାହାକି ଏହି କାରବାରରେ ଛତ୍ରପୁର ଠାରୁ ବ୍ରହ୍ମପୁର, ଦିଲ୍ଲୀ ପର୍ଯ୍ୟନ୍ତ ଏହି ଠକେଇ ମାମଲାର ଚେର ଲମ୍ବିବାରେ ଲାଗିଥିବା ପୋଲିସ ଜାଣି ପାରିଛି । ପୋଲିସ୍ ଉଚ୍ଚସ୍ତରୀୟ ତଦନ୍ତ ଜାରୀ ରଖିଛି ।

jayashree
Leave A Reply

Your email address will not be published.