jayashree

୫୪ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ

  • ଅର୍ଜୁନ ପୁରସ୍କାର ପ୍ରାପ୍ତ କ୍ରୀଡାବିତ୍‌ ମୀନତି ମହାପାତ୍ରଙ୍କ ଦ୍ୱାରା ଶୁଭ ଉଦ୍‌ଘାଟନ
  • ଭାଗନେଲେ ୧୧୫୭ଜଣ ପ୍ରତିଯୋଗୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ୫୪ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ଓଡିଶା ସାଇକ୍ଲିଙ୍ଗ ଏସୋସିଏସନ ସଭାପତି, ଓମେନ ଫେଡେରେସନ ଅଫ୍‌ ଇଣ୍ଡିଆ ଅଧ୍ୟକ୍ଷା ତଥା ଅର୍ଜୁନ ପୁରସ୍କାର ପ୍ରାପ୍ତ ଜାତୀୟ କ୍ରୀଡାବିତ୍‌ ମୀନତି ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡା ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ପ୍ରତିଯୋଗିମାନଙ୍କୁ ଉତ୍ସାହିତ କରିଥିଲେ । ପୂର୍ବତନ ଜେନେରାଲ ମ୍ୟାନେଜର ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପ୍ରକାଶ ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସଂସଦର ସାଧାରଣ ସଂପାଦକ ହରିନାରାୟଣ ପୂଜାରୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର ଅଧ୍ୟକ୍ଷତା କରିଥିଲେ । ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ପାତ୍ର, କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା, ଫୁଟବଲ ସଂପାଦକ ଶରତ କୁମାର ନନ୍ଦ, ଭଲିବଲ ସଂପାଦକ ସଂଗ୍ରାମ ବହିଦାର, ବରିଷ୍ଠ ସଦସ୍ୟ ରମାକାନ୍ତ ସେଠ, ଭାବଗ୍ରାହୀ ରଥ, ରାଜେନ୍ଦ୍ର ପୁରୋହିତ, ଗୌର ଚନ୍ଦ୍ର ପ୍ରଧାନ, ରବିନ୍ଦ୍ର କୁମାର ମିଶ୍ର, ଡା. ସିଦେ୍ଧଶ୍ୱର ମିଶ୍ର, ମୋହିନି ମୋହନ ମିଶ୍ର ପ୍ରମୁଖ ମଂଚାସିନ ଥିଲେ । ଯୁଗ୍ମ ସଂପାଦକ ଶତୃଘନ ସିଂ ଧନ୍ୟବାଦ ପ୍ରଦାନ କରିଥିଲେ । ଶୁଭ୍ରାଂଶୁ ଶେଖର ଅମାତ, ମହାଦେବ ରାଉତ, ସଦାନନ୍ଦ ନାଏକ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ସୁନିଲ ଚନ୍ଦ୍ର ବିଶ୍ୱାଲ, ହରେକୃଷ୍ଣ ନାଏକ, ବିଜୟ କୁମାର ତ୍ରିପାଠି, ଶ୍ରୀଧର ବଢିଆ, ମାଧୁରି ପଣ୍ଡା, ଦିଲୀପ କୁଅଁର, ହୃଷିକେଶ ସାଏ, ପଦ୍ମ ଚରଣ ଦାଶ ସଂଯୋଜନା କରିଥିବା ବେଳେ ଦକ୍ଷତା ପୂର୍ଣ୍ଣ ୮୧ ଜଣ ଖେଳ ପରଚାଳକ ନିୟୋଜିତ ଥିଲେ । ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଓ ପୃଥ୍ୱୀରାଜ ହାଇସ୍କୁଲ ବ୍ୟାଣ୍ଡ ଗ୍ରୁପଙ୍କ ବାଦ୍ୟ ତାଳେ ତାଳେ ୧୧୫୭ ଜଣ ପ୍ରତିଯୋଗି ମାର୍ଚ୍ଚଫାଷ୍ଟରେ ଯୋଗ ଦେଇଥିଲେ । ଆଜି ପ୍ରମୁଖ କ୍ରୀଡା ୧୮ ବାଳିକାରେ ୧୦୦୦ମିଟର ଦୌଡରେ ଦମୟନ୍ତି ବରିହା, ଜେଭେଲିନ ଥ୍ରୋ ସ୍ତୁତିରାଣୀ ବାଗ, ଡିସକସ ଥ୍ରୋ ଅପସରା ପ୍ରଧାନ, ୨୦ ବାଳିକାରେ ଲଙ୍ଗଜମ୍ପ ଦ୍ରୋପଦୀ ପ୍ରଧାନ, ୧୬ ବାଳିକା ୬୦୦ ମିଟର ଦୌଡ ରିଶିକା ଷାଣ୍ଢ, ୨୩ ବାଳିକା ସଟ୍‌ଫୁଟ ଶ୍ରଦ୍ଧାଞ୍ଜଳି ମିଶ୍ର, ମହିଳା ଡିସକସ ଥ୍ରୋରେ କ୍ରୀଷ୍ଣାମୟୀ ଭଇଁସାଲ, ୨୩ ବାଳିକାରେ ଡିସକସ ଥ୍ରୋ ଅହଲ୍ୟା ଦୀପ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେହିପରି ୨୦ ବାଳକ ହାଇଜମ୍ପ ଅମରେଶ୍ୱର କହେଣ୍ଡା, ୧୬ ବାଳକ ଲଙ୍ଗ ଜମ୍ପ ଓମ୍‌ ଶିଭମ ଧରୁଆ, ୧୮ ବାଳକ ଡିସକସ ଥ୍ରୋ ନାରାୟଣ ବଗର୍ତ୍ତି, ୨୩ ବାଳକ ହାଇଜମ୍ପ ସଙ୍କେତ ମିଶାଲ, ୧୬ ବାଳକ ୬୦୦ ମିଟର ଦୌଡ ସୌରଭ ସେଠ, ୧୮ ବାଳକ ୧୦୦୦ ମିଟର ଦୌଡ ନୂତନ ସୁନା, ୨୦ ବାଳକ ସଟ୍‌ଫୁଟ କରମ ସାହୁ, ୧୫୦୦ ମିଟର ରନ୍‌ ଶ୍ରବଣ ବଗର୍ତ୍ତି, ୨୩ ବାଳକ ୧୫୦୦ ମିଟର ରନ୍‌ ବିଶ୍ୱଜିତ ବନଛୋର, ପୁରୁଷ ସଟଫୁଟ ନିଳମାଧବ ବେହେରା, ୧୫୦୦ ମିଟର ରନ୍‌ ସଂଜିବ କୁମାର ନଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

Leave A Reply

Your email address will not be published.