ଶିବାନନ୍ଦ ଆଶ୍ରମରେ କ୍ୟାନସର ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଦିବ୍ୟ ଜୀବନ ସଂଘ ଇସ୍ପାତ ନଗରୀ ଶାଖା ଓ ଜ୍ଞାନପ୍ରଭା ମିଶନ ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ସେକ୍ଟର ୭ ସ୍ଥିତ ଶିବାନନ୍ଦ ଆଶ୍ରମ ଠାରେ କ୍ୟାନସର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସନ୍ଥ ଯୋଗାଚାର୍ଯ୍ୟ ଦୁର୍ଗାଶ୍ୱରୀ ନନ୍ଦ ସନ୍ୟାସିନୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ଆଇଜିଏଚ୍‌ର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଜୟନ୍ତ କୁମାର ଆଚାର୍ଯ୍ୟ ମୁଖ୍ୟଅତିଥି, ଆଇନଜୀବୀ ଗିରିଜା ଶଙ୍କର ଦ୍ୱିବେଦୀ, ଯୋଗାଚାର୍ଯ୍ୟଶ ସୁଧା ଦ୍ୱିବେଦୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ଦେଢଶହରୁ ଉର୍ଦ୍ଧ୍ବ ମହିଳା ଯୋଗଦେଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଶତାଧିକ ମହିଳା ଏଥିରେ ଅଂଶଗ୍ରହଣ କରିଥିଲେ । ଡାକ୍ତର ପୂର୍ଣ୍ଣିମା ଦତ୍ତ, ଡାକ୍ତର ଲୋପାମୁଦ୍ରା ଜେନା କ୍ୟାନସର ସଚେତନତା ଉପରେ ବକ୍ତବ୍ୟ ରଖିଥିବାବେଳେ ଡାକ୍ତର ସୀମା ଲାଲ୍ ଏବଂ ପୁଷ୍ପାରାଣୀ ମିଶ୍ର ସ୍ୱାସ୍ଥ୍ୟ ରକ୍ଷା ଓ ଏଡସ ନିୟନ୍ତ୍ରଣ ଉପରେ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ଗଣେଶ କୀର୍ତ୍ତନ ଆରମ୍ଭ କରାଯାଇ ସ୍ୱାମୀ ଶିବାନନ୍ଦ ସରସ୍ଵତୀଙ୍କ ବାଣୀ ଉପରେ ଆଲୋକପାତ କରାଯାଇଥିଲା । କାର୍ଯ୍ୟକ୍ରମକୁ ରାମକୃଷ୍ଣ ତ୍ରିପାଠୀ ପରିଚାଳନା କରିଥିବା ବେଳେ ସତ୍ୟଶ୍ରୀ ଆଚାର୍ଯ୍ୟ, ବୀଣାପାଣି ଜେନା, ନୀଳିମା ଷଡ଼ଙ୍ଗୀ, ମଞ୍ଜୁବାଳା ସ୍ୱାଇଁ, ରଶ୍ମିତା ପାଣିଗ୍ରାହୀ, ଅନୁପମା ମହାନ୍ତି, ସୁଜାତା ରଥ ପ୍ରମୁଖ ସହଯୋଗ କରିଥିଲେ । ଅନୁଷ୍ଠାନର ସଭାପତି ଅର୍ଦ୍ଧେନ୍ଦୁ ଶେଖର ଷଡଙ୍ଗୀ ଅତିଥି ମାନଙ୍କୁ ସମ୍ମାନିତ କରିଥିଲେ । ତ୍ରିଲୋଚନ ପଣ୍ଡା, ନରସିଂହ ରଥ, ଗିରିଧାରୀ ସ୍ୱାଇଁ, ଶିଶିର କାନ୍ତ ପାଣିଗ୍ରାହୀ, ସାରଦା ପ୍ରସାଦ ମହାନ୍ତ, ଅକ୍ଷୟ କୁମାର ଭୋଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

Leave A Reply

Your email address will not be published.