csstore

ଜେସିଆଇ ସଂଗଠନ ତରଫରୁ ଚତୁର୍ଥ ନୂତନ ସଭାପତି ଚୟନ

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ନଗରରେ ଜେସିଆଇ ସଂଗଠନ ତରଫରୁ ଚତୁର୍ଥ ସଭାପତି ଚୟନ ପ୍ରକିୟା କାର୍ଯ୍ୟକ୍ରମ କେସିଙ୍ଗା ଅମ୍ବାଜୀ ମନ୍ଦିର ହଲଠାରେ ଅୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଥିଲେ ଡି. ମୂରଲୀ କ୍ରିଷ୍ଣା ଫାଉଣ୍ଡର ଏବଂ ଚେୟାର ମେନ କ୍ରିଷ୍ଣା ବିକାଶ ଗ୍ରୁପ, ସମ୍ମାନିତ ଅତିଥି ଜେସି ରୂପମ ଦାଶ ଓ ନିଯୁକ୍ତି ଅଧିକାରୀ ଜେ ଏଫ୍ ପି ପ୍ରଣବ ଲାଠ ଜୋନ୍ ୨୭ ସଭାପତି ଜେ ସି ଆଇ ଭାରତଙ୍କ ଦ୍ଵାରା ନୂତନ କେସିଙ୍ଗା ଜେ ସି ଆଇ ସଭାପତି ଜେ ଏଫ୍ ଏମ୍ ନିଖିଲେଶ୍ ଅଗ୍ରୱାଲ ଏବଂ ଜେ ସି ସୌରଭ ଅଗ୍ରୱାଲଙ୍କୁ ସମ୍ପାଦକ ଭାବରେ ମନୋନୀତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସଭାପତି ଯେ ସି ଆନନ୍ଦ ଜୈନଙ୍କ ଦ୍ଵାରା ବିଗତ ବର୍ଷର ବିବରଣୀ ପାଠ କରାଯାଇଥିଲା । ତା’ପରେ ଜେସି ସୋହନ ଅଗ୍ରୱାଲ ପୂର୍ବତନ ସମ୍ପାଦକ ନିଜର ମତ ରଖିଥିଲେ । ଏହା ପରେ ସମସ୍ତଙ୍କ ପାଇଁ ରାତ୍ରି ଭୋଜନ କାର୍ଯ୍ୟକ୍ରମ ରଖା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ କେସିଙ୍ଗା ଜେସି ଆଇର ସମସ୍ତ କର୍ମକର୍ତ୍ତା ଓ କେସିଙ୍ଗା ନଗରର ବୁଦ୍ଧିଜୀବୀ ।

jayashree
Leave A Reply

Your email address will not be published.