ସମ୍ବଲପୁର, (କେପିଏନ୍ଏସ୍) : ଜି.ପି.ଆର୍. କଲେଜ, କୁନ୍ତରାର ୪୦ତମ ବାର୍ଷିକ କ୍ରୀଡା ଉତ୍ସବ ୨୦୨୫ ଡିସେମ୍ବର୧୮ ଓ ୧୯ରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଛାତ୍ରଛାତ୍ରୀମାନେ ମା’ ସମଲେଶ୍ଵରୀ ମନ୍ଦିରରୁ ମଶାଲ ଶୋଭାଯାତ୍ରାରେ ବାହାରି କଲେଜର ଖେଳ ପଡ଼ିଆରେ ପହଞ୍ଚିବା ପରେ ଅଧ୍ୟକ୍ଷ ଡ. ରଂଜନ କୁମାର ପାଣିଗ୍ରାହୀଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ୱଳନ ଓ କ୍ରୀଡା ପତାକା ଉତ୍ତୋଳନ ପରେ ଡ. ପାଣିଗ୍ରାହୀ ଓ ମୁଖ୍ୟ ଅତିଥି ପୂର୍ବତନ ଅଧ୍ୟକ୍ଷ ଦୁର୍ଯ୍ୟୋଧନ ମେହେର ଅଭିବାଦନ ଗ୍ରହଣ କରି ଖେଳ ପ୍ରତିଯୋଗିତାର ଶୁଭାରମ୍ଭ ଘୋଷଣା କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମେହେର ଛାତ୍ରଛାତ୍ରୀମାନଙ୍କୁ ବନ୍ଧୁତା, ଶୃଙ୍ଖଳା, ସାଂଗଠନିକ ସହଭାଗିତା ତଥା ଖେଳର ନୀତି ନିୟମ ମାନି ଖେଳିବା ପାଇଁ ପରାମର୍ଶ ଦେଇଥିଲେ । ମଞ୍ଚକୁ ଅଧ୍ୟାପିକା ଦୀପିକା ବେହେରା ପରିଚାଳନା କରିଥିବା ବେଳେ କ୍ରୀଡା ସଂସଦର ଉପ ସଭାପତି ଅଧ୍ୟାପକ ତରୁଣ କୁମାର ପୃଷେଠ ଓ ଅଧ୍ୟାପକ ଯୋଗେନ୍ଦ୍ର ମୁଦୁଲି, ବରିଷ୍ଠ ପ୍ରାଧ୍ୟାପକ ଅରୁଣ କୁମାର ବେହେରା, ରୁଦ୍ରଦତ୍ତ ପଟେଲ, ଅଧ୍ୟାପିକା ଡଲି ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ଖେଳକୁ ମନୋହର ହାଇସ୍କୁଲ, କୁନ୍ତରାର ଖେଳ ଶିକ୍ଷୟିତ୍ରୀ ପ୍ରତିମା ନାଏକ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଟିକେଲାଲ ମେହେର, ନରେଶ କିସାନ, ତୁଳାରାମ ଦଣ୍ଡସେନା, ସନତ କୁମାର ସାହୁ, ରାଜେଶ ମକର, ଦୀପକ ପଟେଲ, ଶିବଶଙ୍କର ମଲ୍ଲିକ, ଅଧ୍ୟାପିକା ସ୍ମିତା ପଟେଲ, ହୋସିନା ପ୍ରିୟଦର୍ଶିନୀ ନାୟକ, ବର୍ଷା ମୁଦୁଲି, ରତ୍ନମଞ୍ଜରି ସାହୁ, ପୂଜା ବଞ୍ଛୋର୍, ସୁକାନ୍ତି ତୂରୀ ପ୍ରମୁଖ ଖେଳ ପ୍ରତିଯୋଗିତାର ବିଚାରକ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ । ଏହି କ୍ରୀଡା ଉତ୍ସବରେ ଉଭୟ ଯୁକ୍ତଦୁଇ ଓ ଯୁକ୍ତତିନିର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଚଳିତ ବର୍ଷର କ୍ରୀଡା ପ୍ରତିଯୋଗିତାରେ ଯୁକ୍ତଦୁଇର ବାବୁଲୁ ନାଏକ ଓ ପାୟଲ କିସାନ ଏବଂ ଯୁକ୍ତତିନିର ଶଙ୍କର ନାଏକ ଓ ଝିଲି ଦଣ୍ଡପାଟ ଚମ୍ପିଆନ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଉଦଯାପନୀ ସଭାରେ ଅଧ୍ୟାପକ ତରୁଣ କୁମାର ପୃଷେଠ କ୍ରୀଡା ଉତ୍ସବ ଆୟୋଜନ ଉପରେ କିଛି ସମୀକ୍ଷା କରିଥିବା ବେଳେ ଅଧ୍ୟାପକ ଯୋଗେନ୍ଦ୍ର ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ତଥା ଶିକ୍ଷକ, କର୍ମଚାରୀମାନେ ଉପଭୋଗ କରି ଆନନ୍ଦିତ ହୋଇଥିଲେ । ସମସ୍ତ ଅଣଶିକ୍ଷକ କର୍ମଚାରୀଙ୍କ ଆପ୍ରାଣ ସହଯୋଗ କ୍ରମେ କ୍ରୀଡା ଉତ୍ସବ ସଫଳ ହୋଇଥିଲା ।