ଏଟିଏମ କାଟି ଲୁଟି ନେଲେ ୪୨ ଲକ୍ଷ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳରୁ ୨ଟି ଏସବିଆଇ ଏଟିଏମରୁ ଲୁଟ କରିଛନ୍ତି ଲୁଟେରା । ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ଦୁଇଟି ଏଟିଏମକୁ ଗ୍ୟାସ କଟରରେ କାଟି ୪୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଆଳିର ପତ୍ରପୁର ଓ ନିଆଳହାଟ ଏସବିଆଇ ଏଟିଏମରୁ ଏହି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ପତ୍ରପୁର ଏଟିଏମରୁ ୧୯ ଲକ୍ଷ ୬୮ ହଜାର ୫୦୦ ଟଙ୍କା ଓ ନିଆଳହାଟ ଏଟିଏମରୁ ୨୩ ଲକ୍ଷ ୧୪ ହଜାର ଟଙ୍କା ଲୁଟ୍ ହୋଇଛି । ଲୁଟେରା ମାନେ ଗ୍ୟାସ କଟରରେ ଏଟିଏମ ମେସିନକୁ କାଟି ଛିନଛତ୍ର କରି ଟଙ୍କା ଲୁଟ୍ କରିଥିବା ବେଳେ ପ୍ରମାଣ ନଷ୍ଟ ପାଇଁ ଏଟିଏମ ଚାମ୍ବରରେ ଲାଗିଥିବା ସିସି କ୍ୟାମେରାକୁ ଗ୍ୟାସରେ ପୋଡି ଦେଇଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ସୂଚନା ମୁତାବକ, ମଙ୍ଗଳବାର ପତ୍ରପୁର ଏଟିଏମରେ ୧୮ ଲକ୍ଷ ଓ ନିଆଳହାଟ ଏଟିଏମରେ ୨୩ ଲକ୍ଷ ଟଙ୍କା ଭରା ଯାଇଥିବା ସ୍ଥାନୀୟ ଷ୍ଟେଟବ୍ୟାଙ୍କ ସୂତ୍ରରୁ ଜଣାପଡିଛି ।

Leave A Reply

Your email address will not be published.