ରାଉରକେଲା /କଟକ, (ସସ୍ମିତା ପ୍ରଧାନ) : ଦର୍ଶକ ମାନଙ୍କୁ ମନୋରଞ୍ଜନ ଦେବା ଯାହାର ଆନନ୍ଦ, ସେଇ ଭଳି ଜଣେ ଆଗଧାଡ଼ିର ନୃତ୍ୟ କଳାକାର ଦୀପକ ନାୟକ ଆଜକୁ ୬ ବର୍ଷ ହେବ କିଡନୀ ରୋଗରେ ପୀଡ଼ିତ ଅଛନ୍ତି । ତାଙ୍କର ଦୁଇଟି କିଡନୀ ନଷ୍ଟ ହୋଇଯାଇ ଥିବାର ଡାକ୍ତରଙ୍କ ପାଖରୁ ସୂଚନା ମିଳିଛି । ସେ ଏବେ ଟାଙ୍ଗୀର ପଦ୍ମିନୀ କେୟାର ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଡାକ୍ତରଙ୍କ କହିବା ଅନୁସାରେ ଗୋଟିଏ ଇଞ୍ଜେକସନ ବାବଦକୁ ୨୦ ହଜାର ଟଙ୍କା ଆବଶ୍ୟକ । ତାଙ୍କର ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ନଥିବାରୁ ଶ୍ରୀ ନାୟକଙ୍କ ସ୍ତ୍ରୀ ଉତ୍କଳ କଳାକାର ଏକାଡେମୀକୁ ନିବେଦନ କରିଥିଲେ । ଉତ୍କଳ କଳାକାର ଏକାଡେମୀର ପ୍ରତିଷ୍ଠାତା କୈଳାସ ନାୟକ ଉତ୍କଳ କଳାକାର ଏକାଡେମୀର ୱେଲଫେୟାର କମିଟି ଏସମ୍ପର୍କରେ ଜଣାଇଥିଲେ । କମିଟିର ସଦସ୍ୟ ସଦସ୍ୟାଙ୍କ ମଧ୍ୟରୁ ସମାଜସେବୀ ଜିତା ପଟ୍ଟନାୟକ, ସରସ୍ଵତୀ ଜେନା, ପ୍ରିୟରଞ୍ଜନ ନାୟକ, ହିମାଂଶୁ କୁମାର ନାୟକ, ସୀତାରାମ ବେଗମ, କୁନି ପଟେଲ, ମୀନକେତନ ଦାସ, ସ୍ମିତା ମହାନ୍ତି, ମଧୁ ପ୍ରଧାନ, ଗୀତାଞ୍ଜଳି ବାରିକ, ଶିବାନନ୍ଦ ଆଚାର୍ଯ୍ୟ, ଝରଣା ବେହେରା, ମାନିନୀ ଜେନା, ମହୁଆ ଧବନ, ଆରତୀ ପରିଡ଼ା, ମାନସ ବେହେରା, କଳ୍ପନା ସିଂ, ରବିନ୍ଦ୍ର ଜେନା, ରାଜୁ ପ୍ରମୁଖ ଭାଇ ଓ ଭଉଣୀମାନେ କମିଟି ତରଫରୁ ୧୪,୨୦୨ ଟଙ୍କା ଅର୍ଥ ରାଶି ସହାୟତା କରିଥିଲେ । ଏକାଡେମୀର ସାଂସ୍କୃତିକ ସମ୍ପାଦକ ନିସ୍ତାରିଣୀ ଦତ୍ତ, ସଙ୍ଗଠନ ସମ୍ପାଦିକା ସ୍ମିତା ମହାନ୍ତି, ସମାଜସେବୀ ସ୍ୱାଗତିକା ରାଓ ଏବଂ ପ୍ରତିଷ୍ଠାତା ଶ୍ରୀ ନାୟକ ପଦ୍ମିନୀ କେୟାରରେ ଉପସ୍ଥିତ ରହି ଡାକ୍ତରଙ୍କ ଠାରୁ ଦୀପକଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ପରାମର୍ଶ କରିଥିଲେ ।