jayashree

ଭଙ୍ଗା ଘରେ ଅଙ୍ଗନୱାଡି କେନ୍ଦ୍ର

କାକଟପୁର : ଚଳିତ ମାସ ୧ ତାରିଖରୁ ରାଜ୍ୟରେ ଥିବା ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଖୋଲିଛି । ହେଲେ କାକଟପୁର ବ୍ଲକ କୁଣ୍ଢେଇ ପଞ୍ଚାୟତର ବାଜପୁର ଗ୍ରାମରେ ଥିବା ୨ ଅଙ୍ଗନୱାଡି କେନ୍ଦ୍ର ଅସୁରକ୍ଷିତ ଭାବେ ଏକ ବିଦ୍ୟାଳୟର ଗୃହରେ ଚାଲିଥିବା ଦେଖିବାକୁ ମିଳିଛି । କାନ୍ଥ ସବୁ ଫାଟିଯାଇଥିବା ବେଳେ ଆର୍ଡବେଷ୍ଟେଜ୍ ପ୍ରାୟ ଭାଙ୍ଗିଗଲାଣି । ସେହି ଦୁଇ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ୱ ଗୃହ ପାଇଁ ଅଧାକାର୍ଯ୍ୟ ହୋଇ ୨ବର୍ଷ ହେବ ସେଭଳି ପଡ଼ିରହିଛି । ଏହି ୨ ନୂତନ କେନ୍ଦ୍ରରେ ରୋଷେଇ ଘର, ପିଇବାପାଣି ବ୍ୟବସ୍ଥା, ବିଦ୍ୟୁତ୍‌ ଓ ଆନୁଷଙ୍ଗିକ ସୁବିଧା ନ ଥିବାରୁ ଖୋଲାଯାଇ ପାରୁ ନାହିଁ । ଫଳରେ ଗୃହ ଦୁଇଟି ସ୍ଥାନୀୟ ଲୋକ କବ୍‌ଜା କରି ନିଜସ୍ୱ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ବିଦ୍ୟାଳୟ ହତା ମଧ୍ୟରେ କାର୍ଯ୍ୟ କରୁଥିବା ୨ଟି ଅଙ୍ଗନୱାଡି କେନ୍ଦ୍ରରେ ୪୦ରୁ ଊର୍ଦ୍ଧ୍ୱ ଶିଶୁ ଆସୁଥିବାବେଳେ ବିପଦସଙ୍କୁଳ ଅବସ୍ଥାରେ ଅଧ୍ୟୟନ କରୁଛନ୍ତି । ବ୍ଲକ ପ୍ରଶାସନିକ ଅଧିକାରୀଙ୍କର ଅପାରଗତା ସହ ନିର୍ମାଣ କରୁଥିବା ଠିକାଦାର ମନମୁଖି କାର୍ଯ୍ୟ କରିଥିବାରୁ ଏଭଳି ଅବସ୍ଥା ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ବ୍ଲକ ପ୍ରଶାସନ ବାକିଥିବା କାର୍ଯ୍ୟ ଶେଷକରି କେନ୍ଦ୍ରକୁ ଉକ୍ତ ଗୃହକୁ ହସ୍ତାନ୍ତର କରିବାକୁ ଦାବୀ ହେଉଛି ।

Leave A Reply

Your email address will not be published.