ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ପୌର ପରିଷଦ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) ଗୃହ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି । ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ୠଷି ମାଝୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଯୋଗଦେଇ ହିତାଧିକାରୀଙ୍କୁ ଗୃହ ନିର୍ମାଣର କାର୍ଯ୍ୟାଦେଶ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ପୌର ପରିଷଦର ଅଧ୍ୟକ୍ଷା ତାମସି ତାମସ୍ମିତା ନାଏକ, ଉପାଧ୍ୟକ୍ଷା ମଲ୍ଲିକା ଦାନୀଙ୍କ ସମେତ ସମସ୍ତ ୱାର୍ଡର କାଉନସିଲର ପ୍ରମୁଖ ଯୋଗ ଦେଇଥିଲେ । ମୋଟ ୯୭ ଜଣ ହିତାଧିକାରୀଙ୍କ ମଧ୍ୟରୁ ଆଜି ୬୮ ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିବା ଜଣାପଡିଛି । ଆଗକୁ ଯେଉଁମାନେ ଆବାସ ଗୃହ ପାଇଁ ଯୋଗ୍ୟ ହିତାଧିକାରୀ ଚାହିଁବେ ସେମାନେ ଅନଲାଇନରେ ଆବେଦନ କରିପାରିବେ ବୋଲି ନିର୍ବାହୀ ଅଧିକାରୀ ସୂଚନା ଦେଇଥିବାବେଳେ ଆଜିର ଏହି କାର୍ଯ୍ୟକ୍ରମରେ ପୌରପରିଷଦର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।