ଉର୍ସ ଉତ୍ସବ ପାଳନ ପାଇଁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ

  • ଯୋଗ ଦେଲେ ଜିଲ୍ଲାପାଳ ଓ ଏସପି

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୟଦ ଶାହ ଅବଦୁଲ ଶକୁର ଶାହ ଓରଫ ଫକୀର ବାବାଙ୍କ ୪୩ତମ ପ୍ରସିଦ୍ଧ ଉର୍ସ ଉତ୍ସବ ପାଳନ ପାଇଁ ତରଭା ବ୍ଲକ ସଭାଗୃହ ଠାରେ ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଓ ଏସପି ନାରାୟଣ ନାୟକଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉପସ୍ଥିତ ଥିବା ଉଭୟ ସମ୍ପ୍ରଦାୟର ବ୍ୟକ୍ତି, ସମୂହ ଅଧିକାରୀଙ୍କୁ ବିଡ଼ିଓ ଗଙ୍ଗାରାମ ବୁଡ଼େକ ସ୍ୱାଗତ କରିବା ସହ ଶାନ୍ତି ବୈଠକର ଉଦେଶ୍ୟ ନେଇ ମତ ରଖିଥିଲେ । ମସଜିଦ ଓ ବଜାର କମିଟିର ସଭ୍ୟ ମାନଙ୍କ ପକ୍ଷରୁ ଉର୍ସ ଉତ୍ସବ ପାଳନ ସମୟରେ ହେଉଥିବା ସମସ୍ୟା ସମାଧାନ ଉପରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ବିଶେଷ କରି ଟ୍ରାଫିକ ସମସ୍ୟା ଉପରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ସମ୍ପୂର୍ଣ୍ଣ ସହଯୋଗ କାମନା କରିଥିଲେ । ଏହାର ସମାଧାନ ପାଇଁ ୱାନ ୱେ ରାସ୍ତା ଦେଇ ଯାନବାହନ ଯାତାୟାତ ପାଇଁ ଗୁରୁତ୍ୱ ଦିଆଯାଇଥିଲା । ସହର ମଧ୍ୟ ଦେଇ ସ୍ଥାନୀୟ ବ୍ୟକ୍ତିଙ୍କ ଯାନବାହାନ ଓ ସ୍କୁଲ ଗାଡି ଯାତାୟାତ ପାଇଁ ଅନୁମତି ପାଇଁ ବିଶିଷ୍ଟ ବ୍ୟକ୍ତି ପ୍ରସ୍ତାବ ଦେଇଥିଲେ । ଗାଡି ପାର୍କିଙ୍ଗ, ଶୋଭାଯାତ୍ରା ସମୟରେ ଟ୍ରାଫିକ ସୁବିଧା, ସହ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ଶାନ୍ତି ଶୃଙ୍ଖଳା ପାଇଁ ଅଧିକ ପୋଲିସ ମୃତୟନ, ସ୍ୱାସ୍ଥ୍ୟ ସେବା, ଫାୟାର ସର୍ଭିସ, ଆବଶ୍ୟକ ମୁତାବକ ପରିମଳ ସେବା, ପାନୀୟ ଜଳ ଯୋଗାଣ ଏବଂ ଯାତ୍ରା ସମୟରେ ମଦ ଦୋକାନ ବନ୍ଦ ନେଇ ଆଲୋଚନା ଓ ପ୍ରସ୍ତାବ ନିଆଯାଇଥିଲା । ଏହି ବୈଠକରେ ସୁବର୍ଣ୍ଣପୁର ଉପଜିଲ୍ଲାପାଳ ଡ଼. ସୌମ୍ୟରୂପା ରଥ, ଏସ୍‌ଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ତରଭା ତହସିଲଦାର ଶ୍ଵେତାଲିନା ମାହାଣା, ଏନଏସି ଇଓ ଲକ୍ଷ୍ମୀକାନ୍ତ ମଲ୍ଲିକ, ବିଦ୍ୟୁତ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ପାନୀୟ ଜଳ ବିଭାଗୀୟ ଅଧିକାରୀ, ଶିକ୍ଷା ବିଭାଗର ଏବିଓ, ବାଳକ-ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷକ, ତରଭା ମହାବିଦ୍ୟାଳୟର ଅଧକ୍ଷ, ଲକ୍ଷ୍ମୀ ପୂଜା କମିଟିର କର୍ମକର୍ତ୍ତା, ତରଭା ସହରର ବରିଷ୍ଠ ନାଗରିକ, ସଚେତନ ନାଗରିକ, ବିଭିନ୍ନ ରାଜନୈତିକ ବ୍ୟକ୍ତି ବିଶେଷ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସହ ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ, ଶୈଳେନ୍ଦ୍ର ସାହୁ, ମାନସ ସାହୁ, ସତ୍ୟ ପୁଝାରୀ, ଆକାଶ ସାହୁ, ଜନାର୍ଦ୍ଦନ ଥନାପତି ଓ ମସଜିଦ ଓ ମସଜାର କମିଟି ପକ୍ଷରୁ ଆକବର ଅଲ୍ଲୀ, ଅଜନବି ଖାନ, ବିଭିନ୍ନ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଉର୍ସ ଉତ୍ସବ ଶାନ୍ତି ଶୃଙ୍ଖଳାରେ ପାଳନ ପାଇଁ ଆଲୋଚନା କରାଯାଇଥିଲା । ଆସନ୍ତା ଡିସେମ୍ବର ୩ ଓ ୪ ତାରିଖ ୨ ଦିନ ଧରି ଉର୍ସ ଉତ୍ସବ ପାଳନ ହେବ । ଏହି ୨ ଦିନରେ ପ୍ରାୟ ପଚାଶ ହଜାରରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଶେଷରେ ଉପ ଜିଲ୍ଲାପାଳ ଡ଼. ରଥ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.