ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ପିଏମଶ୍ରୀ ହାଇସ୍କୁଲ ନଅଗାଁ (କ)ଠାରେ ବ୍ଲକ ଲେଭେଲ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ଆଗଲପୁର ବ୍ଲକ ଶିକ୍ଷା ଅଧିକାରୀ ଶ୍ୟ।ମ ମେହେର ଉପସ୍ଥିତ ଥିଲେ । ସମ୍ମାନୀତ ଅତିଥି ଭାବରେ ବିଆରସିସି ରଜନୀକାନ୍ତ ସାହୁ, ଅନନ୍ତ ସାହୁ, ସ୍କୁଲ ପରିଚାଳନା କମିଟି ସଭାପତି ଶ୍ରୀବତ୍ସ ଦାଶ, ସିଆରସିସି ଅନିଋଦ୍ଧ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ରମେଶ ଚନ୍ଦ୍ର ତ୍ରିପାଠୀ ସଂଯୋଜନା କରିଥିବାବେଳେ ମୋଟ ୨୮୦ଜଣ ପ୍ରତିଯୋଗି ତିନୋଟି ବିଭାଗ ଉପକନିଷ୍ଠ, କନିଷ୍ଠ ଓ ବରିଷ୍ଠ ଵିଭାଗରେ ଭାଗନେଇ ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିବା ସୂଚନାରୁ ପ୍ରକାଶ । ସିଆରସିସି ଦେବାଶିଷ ସାହୁ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ ଘୋଷଣା କରିଥିବା ସୂଚନା ମିଳିଛି ।