ଜୟପୁର ବନଖଣ୍ଡ ଅଧିକାରୀ ପକ୍ଷରୁ କେନ୍ଦୁପତ୍ର ତୋଳାଳୀଙ୍କୁ ମୃତ୍ୟୁ କାଳୀନ ସହାୟତା ରାଶି ପ୍ରଦାନ

ବୈପାରିଗୁଡା, (ବିକ୍ରାନ୍ତ କୁମାର ବେବର୍ତ୍ତା) : କେନ୍ଦୁପତ୍ର ତୋଳିବା ସମୟରେ ମୃତ୍ୟୁବରଣ କରିଥିବା ରାମଗିରି ଅଞ୍ଚଳ ସହ ଅନ୍ୟ କିଛି ସ୍ଥାନର ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ ବନବିଭାଗ ପକ୍ଷରୁ ମୃତ୍ୟୁ କାଳୀନ ସହାୟତା ରାଶି ବଣ୍ଟାଯାଇଥିବାର ଜଣାପଡିଛି । ନୂଆ ସରକାର ଗରିବ କଲ୍ୟାଣ ପାଇଁ ଅନେକ କାର୍ଯ୍ୟକ୍ରମ ଓ ଯୋଜନା କରିଛନ୍ତି । ଗରିବ ଲୋକଙ୍କ ଖୁସି ହିଁ ତାଙ୍କୁ ସବୁଠାରୁ ଅଧିକ ଖୁସି ଦେଇଥାଏ । ଗରିବ ଲୋକଙ୍କ ସହ ସବୁବେଳେ ରହିଛନ୍ତି ଏବଂ ସେମାନଙ୍କ କଲ୍ୟାଣ ପାଇଁ ତାଙ୍କ ଉଦ୍ୟମ ଜାରି ରହିଛି । କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ରହିଥିବା ବେଳେ ଏଠାରେ ବସବାସ କରୁଥିବା ଲୋକେ ସବୁବେଳେ ପ୍ରତ୍ୟେକ କ୍ଷେତ୍ରରେ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରିଥାନ୍ତି । ବୈପାରିଗୁଡା ବ୍ଲକ ମାଠପଡା ସ୍ଥିତ ବନବିଭାଗର ଡାକବଙ୍ଗଳାଠାରେ ବନଖଣ୍ଡ ଅଧିକାରୀ ଜୟପୁର କେନ୍ଦୁପତ୍ର ପକ୍ଷରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଚନ୍ଦ୍ର ଶେଖର ରଥ, ସମ୍ମାନୀୟ ଅତିଥି ଭାବେ ଜୟପୁର କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ( ଡିଏଫଓ ) ଏ.ଉମା ମହେଶ, ବନାଞ୍ଚଳ ଅଧିକାରୀ ସୁନିତା ସ୍ୱାଇଁ, ମାଥିଲି ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ମୃତ୍ୟୁବରଣ କରିଥିବା ଶ୍ରମିକଙ୍କ ପରିବାର ସଦସ୍ୟ ଋମନା ବାରିକ, ଭଗବାନ ନାୟକ, ବନ୍ଦୁ ଭୂମିଆଁ, ଫୁଲମତି ମାଝୀ, ସମାରି ହନ୍ତାଲ, ଗୌରୀ ନାୟକ, ଚନ୍ଦ୍ର ଦଳେଇ, ନିକାମଣି ପାଙ୍ଗି, ସେନାପତି ପରଜା, ନୀଳାମ୍ବର ଭତରା, ଦୁର୍ଯ୍ୟୋଧନ ଗଣ୍ଡ ମାନଙ୍କୁ ସହାୟତା ରାଶି ଚେକ୍ ମାଧ୍ୟମରେ ପ୍ରଦାନ କରିଥିବାର ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ବନପାଳ ଅନିଲ କୁମାର ଦାଶ, ସୁଧାଂଶୁ ଶେଖର ପାତ୍ର, ବନରକ୍ଷୀ ଅନିତା ଖରା, କଲ୍ୟାଣୀ ରଥ, ଅଭିମନ୍ୟୁ ମାଝୀ, ବାପୁଜୀ ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ ।

Leave A Reply

Your email address will not be published.