ସୁନାବେଡ଼ା ଅଭୟାରଣ୍ୟରେ ବିଧାୟକ ଜୟ ଢୋଲକିଆ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସୁନାବେଡ଼ା ଅଭୟାରଣ୍ୟ ଗସ୍ତରେ ନବନିର୍ବାଚିତ ବିଧାୟକ ଜୟ ଢୋଲକିଆ । ସେଠି ସୁନାଦେଈଙ୍କ ଦର୍ଶନ କରିବା ସହ ସ୍କୁଲ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କୁ ଭେଟି ସମସ୍ୟା ବୁଝିଛନ୍ତି । ନୂଆପଡ଼ା ବିଧାୟକ ଶ୍ରୀ ଢୋଲକିଆ ବିଜୟ ପରେ ସୁନାବେଡ଼ା ଅଭୟାରଣ୍ୟ ଗସ୍ତ କରିଥିଲେ । ସେଠି ମା’ ସୁନାଦେଈଙ୍କ ମନ୍ଦିରକୁ ଯାଇ ମା’ଙ୍କ ଠାରେ ମୁଣ୍ଡିଆ ମାରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ । ପରେ ମନ୍ଦିର ଭିତରେ ପୂଜା ଅର୍ଚ୍ଚାନା କରିଥିଲେ । ସୁନାଦେଈ ମନ୍ଦିର ପୂଜକ ବିଶ୍ରାମ ଛତ୍ରିଆ, ସିଆଇଲଟି ସରପଞ୍ଚ କାଳିଆ ପ୍ରଧାନ, ସୁନାବେଡ଼ା ପୂର୍ବତନ ସରପଞ୍ଚ ତିଲସିଂ ଝାଙ୍କର, ବିଜୟ ଝାଙ୍କର, ଯୁବରାଜ ଛତ୍ରିଆ, ପର୍ଶୁରାମ ମାଝି ପ୍ରମୁଖ ଉପସ୍ଥିତ ଥିଲେ । ଅପରାହ୍ନରେ ସାଲେପଡ଼ା ପିଭିଟିଜି ଏଜୁକେସନ କମ୍ପ୍ଲେକ୍ସ ହାଇସ୍କୁଲ ପରିଦର୍ଶନ କରି ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଭେଟି ସମସ୍ୟା ପଚାରି ବୁଝିଥିଲେ । ସନ୍ଧ୍ୟାରେ ଦେଓଦର୍ହା ଗାଁର ଇନ୍ଦ୍ରାଣୀ ଦେବୀଙ୍କ ଦର୍ଶନ କରିବା ସହ ଗାଁରେ ବୈଠକ କରି ଲୋକଙ୍କ ସହ ଆଲୋଚନା କରିଥିଲେ । ସନ୍ତୋଷ ସୂପକାର, ମହେନ୍ଦ୍ର ଦୀପ, ପୁଷ୍ପରଂଜନ ନାଗ, ସୁଶୀଳ ସୋନୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.