ସୋନପୁର କଲେଜ ଠାରେ ସଫେଇ ଅଭିଯାନ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ମହାବିଦ୍ୟାଳୟ ଠାରେ ଦୁଇଦିନ ଧରି ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟରେ ନୂତନ ପ୍ରିନ୍ସିପାଲ ଭାବରେ ରାଧାକାନ୍ତ ନାୟକ ଯୋଗ ଦେବା ପରେ କଲେଜରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ବିଷୟରେ ଅବଗତ ହୋଇ ତାହାର ତ୍ଵରିତ ସମାଧାନ ଦିଗରେ ବିଭିନ୍ନ ପଦକ୍ଷେପ ନେଉଥିବା ଦେଖାଯାଇଛି । ଦୀର୍ଘ ବର୍ଷ ହେବ କଲେଜ ପରିସରରେ ଥିବା ବଗିଚା ଏବଂ ଅନାବନା ବୃକ୍ଷ କଲେଜ ପରିସରକୁ କବଳିତ କରିଥିବା ବେଳେ ଶ୍ରୀ ନାୟକଙ୍କ ଉଦ୍ୟମରେ ଏବଂ କଲେଜ ଆଲୁମିନୀ ସଂଘ କର୍ମକର୍ତ୍ତାଙ୍କ ସହଯୋଗରେ ଦୁଇଦିନ ଧରି ସଫେଇ କାର୍ଯ୍ୟକ୍ରମ ହୋଇଯାଇଛି । ଏହି ସଫେଇ ଅଭିଯାନରେ ଆଲୁମିନୀ ସଂଘକୁ ପ୍ରତ୍ୟକ୍ଷ ସହଯୋଗ କରିଥିଲେ ଭୂର୍ଷାପାଲି ଓ ଲୁପୁରସିଂହା ଯୁବଗୋଷ୍ଠୀ । ବିନା ପାରିଶ୍ରମିକ ନେଇ ସେବା ମନୋବୃତି ନେଇ ପ୍ରଥମ ଦିନ ୭ ଜଣ ଓ ଦ୍ଵିତୀୟ ଦିନ ୧୩ ଜଣ ଯୁବଗୋଷ୍ଠୀ ଟାଙ୍ଗିଆ, ତିନି ଗୋଟି ଗ୍ରାସ କଟର୍ ମେସିନ, ଗୋଟିଏ ଗଛକଟା ମେସିନ କେବଳ ତେଲ ଖର୍ଚ୍ଚ ନେଇ ଆଲୁମିନୀ ସଂଘକୁ ସହଯୋଗ କରିଥିଲେ । ଏହି ସଫେଇ ଅଭିଯାନରେ ଭୂର୍ଷାପାଲି ଓ ଲୁପୁରସିଂହା ଗ୍ରାମର ଆଲୁମିନୀ ସଂଘର କର୍ମକର୍ତ୍ତା ବଳଦେବ ଦେହେରୀଙ୍କ ସହ ବ୍ୟାସଦେବ ମହାକୁଡ, ରାଧାକାନ୍ତ ମହାଲିଙ୍ଗ, ରାଜୀବ ବସ୍ତିଆ, ଝାଣ୍ଟୁ ବରିହା, ସଂଗ୍ରାମ ଦାସ, ଜଗନ୍ନାଥ ମେଲ୍ଲୀ ଓ ରଜତ ମେଲ୍ଲୀ ପ୍ରମୁଖଙ୍କ ସହ ୧୩ ଜଣ ଯୁବଗୋଷ୍ଠୀ ସାମିଲ ହୋଇଥିଲେ । କଲେଜର ପ୍ରିନ୍ସିପାଲ୍ ପ୍ର. ରାଧାକାନ୍ତ ନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଲେଜ ଏନ୍‌ସିସିର ଲେଫ୍ଟେନାଣ୍ଟ ଆଶିଷ ଅଗ୍ରୱାଲ, ଦୁର୍ଜନି ସାହୁ, ଉମାକାନ୍ତ ନାଗ ଏବଂ ଆଲୁମିନୀ ସଂଘର ସମ୍ପାଦକ ଭାରତ ଭୂଷଣ ଦାଶ, ବିଶ୍ୱବୀର ମିଶ୍ର, ସୁଧିର ପଣ୍ଡା, ରାଜ କିଶୋର ତ୍ରିପାଠୀଙ୍କ ଉପସ୍ଥିତିରେ ସଫେଇ କାର୍ଯ୍ୟକ୍ରମ ସୁରୁଖୁରୁରେ ଅନୁଷ୍ଠିତ ହୋଇଯାଇଛି ।

Leave A Reply

Your email address will not be published.