ଦେଉଳପଦର ଠାରେ ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ

csstore

ତରଭା, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ଦେଉଳପଦର କୃଷ୍ଣ ମୋହନ କମ୍ପ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏଡିଇଓ ତଥା ବିଇଓ ଘନଶ୍ୟାମ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ ଯୋଗଦେଇ ବାଲ ବୈଜ୍ଞାନିକ ପ୍ରଦର୍ଶନୀଙ୍କୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଏବିଇଓ ସତ୍ୟ ନାରାୟଣ ମହାପାତ୍ର, ପିଏମ୍‌ ଶ୍ରୀ ତରଭା ବାଳକ ହାଇସ୍କୁଲର ପ୍ରଧାନ ଶିକ୍ଷକ ମୁରଲୀଧର ବିଶ୍ଵାଳ, ବ୍ଲକ ବିଜ୍ଞାନ ପରିଦର୍ଶକ ସୁରଜ ସେଠୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମୀୟ ମହାନ୍ତି ପ୍ରମୁଖ ଯୋଗଦାନ କରି ପିଲାଙ୍କୁ ବିଜ୍ଞାନ ଶିକ୍ଷା ପ୍ରତି ଆଗ୍ରହ ରଖିବାକୁ ଉଦବୋଧନ ଦେଇ କୁନି ବୈଜ୍ଞାନିକମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସଂଜୀବ ସେଠୀ ଅତିଥି ପରିଚୟ ପ୍ରଦାନ ଓ ପ୍ରଶାନ୍ତ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.