jsm

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଚନ୍ଦନଭାଟିର ୨୨ତମ ବାର୍ଷିକ କ୍ରୀଡା ଅନୁଷ୍ଠିତ

csstore

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଚନ୍ଦନଭାଟି ପକ୍ଷରୁ ଦୁଇଦିନ ଧରି ୨୨ ତମ ବାର୍ଷିକ କ୍ରୀଡା ଜାମୁଟିଆ ସ୍ଥିତ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି । କ୍ରୀଡାର ଉଦଘାଟନୀ ଉତ୍ସବରେ ବିଦ୍ୟାଳୟ ପରିଚାଳନା ସମିତି ସମ୍ପାଦକ ଡ଼. ଲକ୍ଷ୍ମଣ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଏବଂ ଜାମୁଟିଆ ଗ୍ରାମର ମା’ ବସ୍ତ୍ରେନ ମାଉଲି ମନ୍ଦିରରୁ ଆସିଥିବା କ୍ରୀଡା ମଶାଲକୁ ସ୍ଥାପନ ତଥା କ୍ରୀଡା ଧ୍ୱଜାରୋହଣ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରଭୁଦତ୍ତ ବିଶି ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରଥମ ଦିବସରେ ଶ୍ରେଣୀ ଅରୁଣରୁ ତୃତୀୟର ୨୧୦ ଜଣ ଭାଇଭଉଣୀ ଦୌଡ, ଡ଼ିଆଁ, ବଲଫିଙ୍ଗା, ମ୍ୟୁଜିକ ଚେୟାର ଆଦି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । କ୍ରୀଡାର ଦ୍ଵିତୀୟ ଦିବସରେ ବିଦ୍ୟାଳୟ ଆଚାର୍ଯ୍ୟ ଶତୃଘ୍ନ ସିଂହ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଉକ୍ତ ଦିନ ଶ୍ରେଣୀ ଚତୁର୍ଥରୁ ଅଷ୍ଟମ ପର୍ଯ୍ୟନ୍ତ ଦୌଡ, ଉଚ୍ଚଡ଼ିଆଁ, ଲମ୍ବଡିଆଁ, ଗୋଳାଫିଙ୍ଗା, ଥାଳିଆଫିଙ୍ଗାରେ ୧୩୦ ଜଣ ଶିଶୁ ଭାଇଭଉଣୀ ଅଂଶଗ୍ରହଣ କରିଥିଲେ । ଉଦଯାପନୀ ଉତ୍ସବରେ ଉପସ୍ଥିତ ରହି ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ରାମଚନ୍ଦ୍ର ପ୍ରଧାନ ଦୀପ ପ୍ରଜ୍ୱଳନ ପୂର୍ବକ ତଥା କ୍ରୀଡା ଜ୍ୟୋତି ନିର୍ବାପନ ପୂର୍ବକ ସମାପନ ଘୋଷଣା କରିଥିଲେ । ପରିଚାଳନା ସମିତିର ଯୁଗ୍ମ ସଂପାଦକ ହରିହର ପଧାନ ଉପସ୍ଥିତ ରହି ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ମଧ୍ୟରେ ଶାରୀରିକ ପ୍ରମୁଖ ଅଫିସିଆଲ ଦାୟିତ୍ୱ ନିର୍ବାହ କରିଥିବା ବେଳେ ଧନଞ୍ଜୟ ମହାକୁର, ରଶ୍ମିତାମୟୀ ଦାସ, ଟିକେଶ୍ୱର ମିଶ୍ର, ପ୍ରମୋଦିନୀ ଆଚାର୍ଯ୍ୟ ଦୌଡ ପ୍ରତିଯୋଗିତା ପରିଚାଳନା, ପ୍ରଦୀପ ସା, ତୁଳସୀ ବଢ଼େଇ, ଅର୍ପନା ମେହେର, ମମତା ସା ଡିଆଁ ପ୍ରତିଯୋଗିତା ପରିଚାଳନା ଏବଂ ଶତ୍ରୁଘ୍ନ ସିଂହ, ଦେବାଶିଷ ସିଂହ, ସରିତା ପାଣିଗ୍ରାହୀ, ବଳାଫିଙ୍ଗା ପ୍ରତିଯୋଗିତା ପରିଚାଳନା କରିଥିଲେ । ଦିଲୀପ ଥନାପତି ସଭା ସଂଯୋଜନା କରିଥିବା ବେଳେ ଶତୃଘ୍ନ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ତଥା ସେବକ ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମାପିତ ହୋଇଯାଇଛି ।

yuvodaya
Leave A Reply

Your email address will not be published.