jsm

ଜନ୍ମମାଟି କୁମ୍ଭାରୀରେ ଗୁରୁ ଭଗବାନ ସାହୁଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

csstore

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆଜାଦ ଯୁବକ ସଂଘ ଆନୁକୂଲ୍ୟରେ ଜନ୍ମ ମାଟି କୁମ୍ଭାରୀରେ ଗୁରୁ ଭଗବାନ ସାହୁଙ୍କ ୨୫ ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି । କୁମ୍ଭାରୀ ଶାସ୍ତ୍ରୀପଡାଠାରେ ପଶ୍ଚିମ ଓଡ଼ିଶା ଭାଷା, କଳା ତଥା ସଂସ୍କୃତିର ପ୍ରଚାରକ ଗୁରୁ ଭଗବାନ ସାହୁଙ୍କ ପ୍ରତିମୂର୍ତ୍ତି ନିକଟରେ ତାଙ୍କର ପଟ୍ଟଶିଷ୍ୟ, ଗବେଷକ ଶାସ୍ତ୍ରୀୟ ଶବ୍ଦନୃତ୍ୟ ଗୁରୁ ଭାଗବତ ପଧାନଙ୍କ ସଭାପତିତ୍ୱରେ ତଥା ଅଭିନେତା ନିର୍ଦେଶକ ପ୍ରଦୀପ ସାହୁଙ୍କ ସଂଯୋଜନାରେ ରାମଜୀ ପ୍ରଧାନ, ଗୋପବନ୍ଧୁ ସାହୁ, ମନୋଜ ଦାଶ, ସୁମନ୍ତ ବାରିକ, ରମେଶ ମାଝୀ, ଧିରେନ୍ଦ୍ର ସାହୁ, ସଚିନ ମହାପାତ୍ର, ସେବାନନ୍ଦ ନାୟକ, ଝାଡେଶ୍ଵର ପଧାନ, ସରୋଜ ସାହୁ, ଯଶୋବନ୍ତ ମହାପାତ୍ର ରାକେଶ ବିଶ୍ୱାଳ, ଦିନବନ୍ଧୁ ସାହୁ, ଭୁବନେଶ୍ୱର ସାହୁ, ରାମ ଭୋଇ, ରମେଶ ସାହୁ, ସିତାରାମ ସାହୁ, ଦିଲେସ୍ଵର ସାହୁ, ପ୍ରବିଣ ସାହୁ ପ୍ରମୁଖ ଯୋଗଦେଇ କଳା ସଂସ୍କୃତି ଇତିହାସର ଅମୂଲ୍ୟ ସମ୍ପତ୍ତି ଗୁରୁ ଭଗବାନ ସାହୁଙ୍କ ସ୍ମୃତି ଚାରଣ କରିଥିଲେ । ପରିଶେଷରେ ରାମଜୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.