ନୂଆଦିଲ୍ଲୀ, (ପିଆଇବି) : ମୁଁ ଦକ୍ଷିଣ ଆଫ୍ରିକାର ଅଧ୍ୟକ୍ଷତାରେ ଜୋହାନ୍ସବର୍ଗରେ ଅନୁଷ୍ଠିତ ହେବାକୁ ଥିବା ବିଂଶତମ ଜି-୨୦ ନେତାଙ୍କ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ମହାମହିମ ସିରିଲ୍ ରାମାଫୋସାଙ୍କ ନିମନ୍ତ୍ରଣ କ୍ରମେ ୨୧-୨୩ ନଭେମ୍ବର, ୨୦୨୫ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଗସ୍ତ କରୁଛି । ଏହା ଏକ ସ୍ୱତନ୍ତ୍ର ଶିଖର ସମ୍ମିଳନୀ ହେବ କାରଣ ଏହା ଆଫ୍ରିକାରେ ଅନୁଷ୍ଠିତ ହେଉଥିବା ପ୍ରଥମ ଜି୨୦ ସମ୍ମିଳନୀ । ୨୦୨୩ରେ ଭାରତ ଜି୨୦ର ଅଧ୍ୟକ୍ଷତା ସମୟରେ, ଆଫ୍ରିକୀୟ ସଂଘ ଜି୨୦ର ସଦସ୍ୟ ହୋଇଥିଲା । ଏହି ସମ୍ମିଳନୀ ପ୍ରମୁଖ ବିଶ୍ୱ ପ୍ରସଙ୍ଗ ଉପରେ ଆଲୋଚନା କରିବା ଲାଗି ଏକ ସୁଯୋଗ ଆଣିବ । ଚଳିତ ବର୍ଷର ଜି୨୦ ବିଷୟବସ୍ତୁ ‘ସଂହତି, ସମାନତା ଏବଂ ଦୀର୍ଘସ୍ଥାୟିତ୍ୱ’ ରଖାଯାଇଛି, ଯାହା ଦ୍ୱାରା ଦକ୍ଷିଣ ଆଫ୍ରିକା ନୂଆଦିଲ୍ଲୀ ଏବଂ ରିଓ ଡି ଜେନେରିଓ, ବ୍ରାଜିଲରେ ଅନୁଷ୍ଠିତ ପୂର୍ବ ଶିଖର ସମ୍ମିଳନୀର ପରିଣାମକୁ ଆଗକୁ ବଢ଼ାଇଛି । ‘ବସୁଧୈବ କୁଟୁମ୍ବକମ୍’ ଏବଂ ‘ଏକ ପୃଥିବୀ, ଏକ ପରିବାର ଏବଂ ଏକ ଭବିଷ୍ୟତ’ ପାଇଁ ଆମର ଦୃଷ୍ଟିକୋଣ ସହିତ ମୁଁ ଶିଖର ସମ୍ମିଳନୀରେ ଭାରତର ବିଚାର ଉପସ୍ଥାପନ କରିବି । ମୁଁ ସହଭାଗୀ ଦେଶଗୁଡ଼ିକର ନେତାମାନଙ୍କ ସହିତ ମୋର ଆଲୋଚନା ଏବଂ ଶିଖର ସମ୍ମିଳନୀ ଅବସରରେ ନିର୍ଦ୍ଧାରିତ ଷଷ୍ଠ ଆଇବିଏସଏ ଶିଖର ସମ୍ମିଳନୀରେ ଅଂଶଗ୍ରହଣ ପାଇଁ ଅପେକ୍ଷା କରିଛି । ଏହି ଗସ୍ତ ସମୟରେ, ମୁଁ ଦକ୍ଷିଣ ଆଫ୍ରିକାରେ ଥିବା ଭାରତୀୟ ପ୍ରବାସୀମାନଙ୍କ ସହିତ ମୋର ଆଲୋଚନା ପାଇଁ ମଧ୍ୟ ଉତ୍କଣ୍ଠାର ସହ ଅପେକ୍ଷାରେ ରହିଛି । ଭାରତ ବାହାରେ ରହୁଥିବା ସବୁଠାରୁ ବଡ଼ ପ୍ରବାସୀ ସମାଜ ମଧ୍ୟରୁ ଏହା ଅନ୍ୟତମ ।
Prev Post