ପଦ୍ମପୁର ଲୋକ ମହୋତ୍ସବ ପାଇଁ ମଞ୍ଚ ପୂଜାର୍ଚ୍ଚନା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଠାରେ ଅନୁଷ୍ଠିତ ହେଉଥିବା ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବ ପାଇଁ ମଞ୍ଚ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କଳା ଓ କଳାକାରମାନଙ୍କୁ ଲୋକାଭିମୁଖୀ ସହ ବୁଢ଼ାସମ୍ବର ଲୋକ ସଂସ୍କୃତି ଓ ପରମ୍ପରାକୁ ଉଦ୍‌ଜୀବିତ ରଖିବାର ସଂକଳ୍ପ ନେଇ ଅନୁଷ୍ଠିତ ହେଉଥିବା ପଦ୍ମପୁର ଲୋକ ମହୋତ୍ସବକୁ ଏଥର ଆହୁରି ଅଧିକ ଆକର୍ଷଣୀୟ କରିବା ପାଇଁ ଆୟୋଜକ ଟାଉନ୍ କ୍ଲବର ଉଦ୍ୟମ ଅବ୍ୟାହତ ଥିବାବେଳେ ପଞ୍ଚମ ଲୋକ ମହୋତ୍ସବର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପଦ୍ମପୁର ଅଶୋକ ପଡ଼ିଆରେ ନିର୍ମିତ ହେଉଥିବା ମଞ୍ଚର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ଟାଉନ୍ କ୍ଲବ ସଭାପତି ଯୁବନେତା ପ୍ରୀତେଶ ବହିଦାର କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିବା ବେଳେ ସ୍ଥାନୀୟ ପୂଜକ ସୁବ୍ରତ ମିଶ୍ରଙ୍କ ଦ୍ୱାରା ମଞ୍ଚ ପୂଜା କର୍ମ ଅନୁଷ୍ଠିତ ହୋଇଯାଇଛି । ଏହି ମଞ୍ଚ ପୂଜାର୍ଚ୍ଚନା କାର୍ଯ୍ୟକ୍ରମରେ ପଦ୍ମପୁର ଲୋକ ମହୋତ୍ସବ ଆବାହକ ଅଶୋକ ମିଶ୍ର, ସହ ଆବାହକ କୁନାଲ ପାଣିଗ୍ରାହୀ, ସଦସ୍ୟ ନରେଶ ସୁନ୍ଦର ସାହୁ, ପ୍ରଫେସର କେଶବ ରଞ୍ଜନ ପ୍ରଧାନ, ନାଟ୍ୟକାର ଅଶୋକ ବହିଦାର, ରମେଶ ଗୁର୍ଲ୍ଲା, ସୁରେନ୍ଦ୍ର ସାହୁ, ରାଜେଶ ଗୁର୍ଲ୍ଲା, ସମ୍ୟାର୍କ ପଟ୍ଟନାୟକ, ନରୋତ୍ତମ ପ୍ରଧାନ, ପ୍ରମୋଦ ମେହେର, ଅଖିଳ ପଟ୍ଟନାୟକ, ଦୀନେଶ ବାରିକ, ସୁରଜ ସୁନା, ସୁରେଶ ସାହୁ, ସୋମେଶ ମହାନ୍ତି, ନାରାୟଣ ପୁରୋହିତ, ପାଲି ସିଂ, ନିରୋଜ ସିହ୍ନା, ସିପନ ପୁରୋହିତ, ଗୋପବନ୍ଧୁ ଶିକା, ରାଣା ଭୋଇ, ଗଣ ବଗର୍ତି, ଅନିଲ ଗୁର୍ଲ୍ଲା, ଟେନେଶ ପଣ୍ଡା, ବିଜୟ ଦୋରା, ହରେଶ ଷଣ୍ଢ, ନିରୋଦ କୁମାର, ରାହୁଲ ତାଣ୍ଡି, ସୁରେନ୍ଦ୍ର ଲୁହାର, ହରେଶ,ଅମୀର ମେହେର ପ୍ରମୁଖଙ୍କ ଉପସ୍ଥିତିରେ ମଞ୍ଚ ପୂଜାର୍ଚ୍ଚନାର ଶୁଭାରମ୍ଭ ହୋଇଛି । ଆସନ୍ତା ଡ଼ିସେମ୍ବର ୯ ସାଂସ୍କୃତିକ ଶୋଭାଯାତ୍ରାରୁ ପଦ୍ମପୁର ଲୋକ ମହୋତ୍ସବ ଅନୁଷ୍ଠିତ ହେବାର ଘୋଷଣା ହୋଇ ପ୍ରସ୍ତୁତି ଆଗଉଛି ।

Leave A Reply

Your email address will not be published.