ଦୁର୍ଗେଇଖୋଲ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତରେ ଥିବା ଦୁର୍ଗେଇଖୋଲରେ ପ୍ରତିବର୍ଷ ଦୁର୍ଗେଇଖୋଲ ଦୁର୍ଗାଦେବୀଙ୍କ ମାର୍ଗଶିର ମାସ ଶେଷ ଗୁରୁବାର ପୂର୍ଣିମା ଦିନ ପୂଜା ସହ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏନେଇ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମିଠାପାଲି ଗ୍ରାମ ପଞ୍ଚାୟତ ମନଭଙ୍ଗ ଡ୍ୟାମ ନିକଟରେ ଦୁର୍ଗେଇଖୋଲ ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦୁର୍ଗେଇଖୋଲ ଯାତ୍ରା ପରିଚାଳକ କମିଟି ସଭାପତି ମଧୂସୁଦନ ପାଣ୍ଡେଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବୈଠକ ବସିଥିଲା । ବୈଠକରେ ଆସନ୍ତା ତା ୦୪ /୧୨/ ୨୦୨୫ରୁ ୦୫/୧୨/୨୫ ଦିନ ପର୍ଯ୍ୟନ୍ତ ଦୁଇଦିନ ଧରି ଏହି ଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ମା’ଙ୍କ ପୂଜନୋତ୍ସବ କିପରି ଶାନ୍ତି ଶୃଙ୍ଖଳାରେ ସମାପନ ହେବ, କୌଣସି ମାଦକ ଦ୍ରବ୍ୟ ବିକ୍ରୟ ନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ସଭାପତି ଶ୍ରୀ ପାଣ୍ଡେ ମତବ୍ୟକ୍ତ କରିଥିଲେ । ମା’ଙ୍କ ମନ୍ଦିରର ବିକାଶ ତଥା ମା’ଙ୍କ ପୀଠର ଉନ୍ନତି ନେଇ ବିଶଦ ଭାବରେ ଆଲୋଚନା କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କନ୍ଧ ସମାଜର ସଭାପତି ରଣଜିତ ମଲ୍ଲିକ, ମା’ ଦୁର୍ଗେଇ ଦେବୀ କମିଟି ସଂପାଦକ ବେଣୁଧର ଧରୁଆ, ମନଭଙ୍ଗ ଗୌନ୍ତିଆ ମହେନ୍ଦ୍ର ମଲ୍ଲିକ, ପୂଜକ ସୁବାଷ ମଲ୍ଲିକ, ସଚିଦା ମଲ୍ଲିକ, ମହେନ୍ଦ୍ର ମଲ୍ଲିକ, ତ୍ରିନାଥ ମଲ୍ଲିକ, ବକୁଲ ମଲ୍ଲିକ, ଦେହେରୀ ବିଶି କେଶନ ମଲ୍ଲିକ, ପାନ୍ତି ନୂତନ ଭୂଏଙ୍କ ସମେତ ଭଦ୍ରବ୍ୟକ୍ତି ମଦନ ମାଝୀ, ରାଧେଶ୍ୟାମ ମେହେର, ନିର୍ମଳ ପଟେଲ, ୱାର୍ଡମେମ୍ବର ସୁରେନ୍ଦ୍ର ମଲ୍ଲିକ, ଗୋବିନ୍ଦ ଭୁଏ, ନକୁଳ କଲେତ, ଗୋପାଳ ମାଝୀ, ନୂତନ ଭୁଏ, ଗୋପାଳ ମାଝୀଙ୍କ ସମେତ ମନଭଙ୍ଗ, କୁଡାରୀଫସା, ଲଉଡିମାଲ, ପିପଲଖୁଣ୍ଟା, ମୋତିପାଲି, ପତ୍ରାପାଲି, ବିଜୟ ନଗର, ଲୁକୁପାଲି, ମନ୍ମଥପାଲି, ନୂଆଁଗାଁ ଓ ମିଠାପାଲି ପଞ୍ଚାୟତର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରି ଦୁଇ ଦିନ ଧରି ହେବାକୁ ଥିବା ଦୁର୍ଗେଇଖୋଲ ଯାତ୍ରାକୁ ସମସ୍ତେ ମିଳିମିଶି ମନ ଦେଇ ପରିଚାଳନା କରିବା ପାଇଁ ମତ ପ୍ରକାଶ କରିଥିଲେ । ଶେଷରେ ସଭାପତି ମଧୁସୂଦନ ପାଣ୍ଡେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.