ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଜାତୀୟ ରାଜପଥ ୩୨୬ରେ ଲୁହା ବୋଝେଇ ଟ୍ରଲର ଗାଡ଼ି ଓଲଟି ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଗାଡ଼ି ବିଶାଖାପାଟଣାରୁ ରାଉଲକେଲାକୁ ଯାଉଥିବା ଜଣାପଡ଼ିଛି । ବିଷମ କଟକ ଠାରୁ ମାତ୍ର ୭ କିଲୋମିଟର ଦୂରରେ ଘଟିଛି ଏହି ଘଟଣା । ବିଷମ କଟକ ପୋଲିସ୍ ଆସି ତଦନ୍ତ କରୁଥିବାବେଳେ ମୁନିଗୁଡା ଅଗ୍ନିଶମ ବାହାନୀ ଓ ବିଷମ କଟକ ଅଗ୍ନିଶମ ବାହାନୀ ଗ୍ୟାସ କଟର ସାହାଯ୍ୟରେ ଉଦ୍ଧାର କରିଥିଲେ । ମୃତ ଚାଳକଙ୍କୁ ବିଷମକଟକ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ରଖାଯାଇଛି । ପରିବାର ଲୋକ ଆସିଲା ପରେ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ।
Next Post