ଗଞ୍ଜେଇ ସହ ମାହିନ୍ଦ୍ରା ଏକ୍ସୟୁଭି କାର ଜବତ, ୨ ଗିରଫ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଦେଇ ପଡୋଶୀ ବୌଦ୍ଧ ଜିଲ୍ଲାରୁ ବ୍ୟାପକ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ପକ୍ଷରୁ ମଧ୍ୟ ଜୋରଦାର ଧରପଗଡ ଚାଲୁ ରହିଛି । ବିନିକା ପୁଲିସ ଦିନ ୨ଟା ବେଳେ ଚୋରା ଗଞ୍ଜେଇ ଚାଲାଣ ସଂପର୍କରେ କୌଣସି ସୂତ୍ରରୁ ଖବର ପାଇ ସୋନପୁର -ବରଗଡ଼ ମୁଖ୍ୟ ରାସ୍ତାର ବିନିକା ଥାନା ସମ୍ମୁଖରେ ଜଗି ରହିଥିଲା । ଏହି ସମୟରେ ସୋନପୁର ପଟରୁ ଏକ ମହିନ୍ଦ୍ରା ଏକ୍ସୟୁଭି ୫୦୦ କାର୍ ନଂ ଓଡି ୦୫ ଆର୍- ୧୧୧୧କୁ ସନ୍ଦେହରେ ଅଟକାଇ ଯାଞ୍ଚ କରିବାରୁ ଗାଡ଼ି ଭିତରେ ଗଞ୍ଜେଇ ଥିବା ଜଣାପଡିଥିଲା । ମାଜିଷ୍ଟ୍ରେଟ ଭାବେ ଅତିରିକ୍ତ ତହସିଲଦାର, ବିନିକା ଆଇଆଇସି ସତ୍ୟ ନାରାୟଣ ପଧାନ ଓ ଜନସାଧାରଣଙ୍କ ଉପସ୍ଥିତିରେ ତାହା ଓଜନ କରାଯାଇଥିବା ବେଳେ ୫୦ କେଜି ଗଞ୍ଜେଇ ଥିବା ଜଣାପଡିଥିଲା । ଏହା ସହିତ ଗାଡ଼ିରେ ଥିବା ଦୁଇ ଅଭିଯୁକ୍ତ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳର ପ୍ରିୟାଂଶ ମହାନନ୍ଦିଆ (୩୩) ଓ ସନ୍ତୋଷ ମହାନନ୍ଦିଆ (୪୩)ଙ୍କୁ ଅଟକ ରଖିଥିବା ବେଳେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । ଏନେଇ ବିନିକା ଥାନାରେ କେସ ନଂ ୨୩୯ ତା ୧୪/୧୧/୨୫ ୟୁ/ଏସ୍‌ ୨୦(ବି)(ii) (ବି)/୨୯ ଏନଡିପିଏସ ଆକ୍ଟରେ ମାମଲା ରୁଜୁ ହୋଇଥିବା ବେଳେ ଏସ୍‌ଆଇ ଅନିଲ ବେହେରା ମାମଲାର ଅଧିକ ତଦନ୍ତ କରୁଛନ୍ତି ।

Leave A Reply

Your email address will not be published.