ବାଘମୁଣ୍ଡ ଗାଁରେ ଧୁମଧାମରେ ଜିଲ୍ଲା ସ୍ତରୀୟ ଶିଶୁ ପ୍ରତିଭା ଓ ଗୁରୁ ପ୍ରତିଭା ମହୋତ୍ସବ ପାଳିତ

ବେଲ୍‌ପଡ଼ା, (ଭୋଜରାଜ ଦଣ୍ଡସେନା) : ଶିଶୁ ମାନଙ୍କ ପ୍ରତିଭା ଲୋକଲୋଚନକୁ ଆଣିବା ପାଇଁ ଭିନ୍ନ ଏକ ପ୍ରୟାସ ଜାରି ରହିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶିଶୁ ମାନଙ୍କୁ ଓ ଅନେକ କଳାକାରମାନଙ୍କୁ ନେଇ ଖପ୍ରାଖୋଲ ବ୍ଲକ ବାଘମୁଣ୍ଡ ଗାଁ ଠାରେ କାର୍ୟ୍ୟକ୍ରମ ଆୟୋଜନ କରାଯାଇଛି । ଉକ୍ତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପାଟଣାଗଡ଼ ବ୍ଲକ ଶିକ୍ଷା ଅଧିକାରୀ ଶଙ୍କର ପ୍ରସାଦ ମାଝୀ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସୁଦାମ ବିଶି, ଥବିର ଚରଣ ସାହୁ, ଆର୍ତ୍ତରାଣ ସୁନାନୀ, ଦୀପ୍ତି ପ୍ରକାଶ ଦାସ, ସାନ୍ତାନୁ ସାହୁ, ସ୍ଥାନୀୟ ସରପଞ୍ଚ ଦେବାଶିଷ ସାହୁ, ଚଙ୍ଗରିଆ ସରପଞ୍ଚ ସୁଶୀଲ କୁମାର ଗୁରୁ, ବିନୋଦ ବିହାରୀ ଦାସ, ଖୁତୁଲା ବାରିକ ପ୍ରମୁଖ ମଞ୍ଚରେ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭାକୁ ଦ୍ୱିଗୁଣିତ କରିଥିଲେ । ଅତିଥିମାନଙ୍କୁ ମଞ୍ଚକୁ ନିମନ୍ତ୍ରଣ କରିଥିଲେ ମୀନକେତନ ପଧାନ । ପରେ ଛୋଟ ଛୋଟ ଶିଶୁମାନେ ନିଜ ନିଜ କଳା ପ୍ରଦର୍ଶନ କରିଥିଲେ । ତା ପରେ ବିଭିନ୍ନ ଗାଁରୁ ଆସିଥିବା କଲାକାଳମାନେ ନିଜ କଳା ଦେଖାଇ ଦର୍ଶକମାନଙ୍କୁ ମାନମୁଗ୍ଧ କରିଥିଲେ । ଶେଷରେ ଅଂଶଗ୍ରହଣ କରିଥିବା ସମସ୍ତ କଳାକାର ମାନଙ୍କୁ ଅତିଥିମାନେ ମାନପତ୍ର ଦେବା ସହ ଟ୍ରଫି ପ୍ରଦାନ କରିଥିଲେ । ଏଥିସହ ଅନେକ ଗୁରୁମାନଙ୍କୁ ମଧ୍ୟ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ମଞ୍ଚକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ଦୀନବନ୍ଧୁ । ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ମୀନକେତନ ପଧାନ । ଏଭଳି କାର୍ୟ୍ୟକ୍ରମକୁ ଅଞ୍ଚଳବାସୀ ଖୁବ ପ୍ରଶଂସା କରୁଥିଲେ ।

Leave A Reply

Your email address will not be published.