jsm

ଜିଲ୍ଲା ବିଦ୍ୟାଳୟ ସମୂହ କ୍ରିକେଟ ପ୍ରତିଯୋଗିତା ୨୦୨୫ ଉଦଯାପିତ : ତୁରେକେଲା ବ୍ଲକ ଚମ୍ପିୟାନ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲା ବିଦ୍ୟାଳୟ ସମୂହ ୧୭ ବର୍ଷରୁ କମ୍ ବାଳକ ବିଭାଗର କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଆଗଲପୁର ବିଇଓ ଶ୍ୟାମ ମେହେରଙ୍କ ସଭାପତିତ୍ୱରେ ଉଦଯାପିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରୀନା କୁମାରୀ ବେହେରା, ସମ୍ମାନିତ ଅତିଥି ଭାବେ ଆଗଲପୁର ଏବିଇଓ ରଜନୀକାନ୍ତ ସାହୁ, ଆଗଲପୁର ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ମନ୍ତ୍ରୀ ମେହେର, ପ୍ରତିଯୋଗିତାର ପର୍ଯ୍ୟବେକ୍ଷକ ପ୍ରବୀର କୁମାର ପଣ୍ଡା, ବ୍ଲକ କ୍ରୀଡ଼ା ସମ୍ପାଦକ ଉମାକାନ୍ତ ପଧାନ ପ୍ରମୁଖ ମଞ୍ଚାସୀନ ଥିଲେ । ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ ପାତ୍ର ପ୍ରତିଯୋଗିତାର ବିବରଣୀ ପାଠ କରିଥିଲେ । ସଇଁତଳା ବ୍ଲକ ସମ୍ପାଦିକା ରଞ୍ଜିତା ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷକ ମାନସ ଦୋରା ଧନ୍ୟବାଦ ଦେଇଥିଲେ । ଏହି ପ୍ରତିଯୋଗିତାରେ ୧୦ ଗୋଟି ବ୍ଲକରୁ ୧୦ଟି ଦଳରେ ୧୫୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସୂଚନାନୁସାରେ ଏହି ପ୍ରତିଯୋଗିତାରୁ ଚୟନ ହୋଇଥିବା ଖେଳାଳିମାନେ ଜଗତସିଂହପୁରଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ କ୍ରିକେଟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ ପାତ୍ର ସୂଚନା ଦେଇଥିଲେ । ତୁରେକେଲା ଦଳ ଓ ଆଗଲପୁର ଦଳ ମଧ୍ୟରେ ଫାଇନାଲ ଖେଳ ହୋଇ ଆଗଲପୁର ଉପବିଜେତା ହୋଇ ତୁରେକେଲା ଦଳ ବିଜେତା ହୋଇଥିଲା । ଏହି ପ୍ରତିଯୋଗିତାକୁ ରଜତ ଦାସ, ରାଜେନ୍ଦ୍ର ସେଠ, ସୌରଭ ପଧାନ, ଦେବୀ ପ୍ରସାଦ ରାଉତ, ସତ୍ୟନାରାୟଣ ପଟେଲ, ପ୍ରଶାନାନ ବାଗ, ରାଜକୁମାର ପାଣିଗ୍ରାହୀ, ମୁକେଶ ସ୍ୱାଇଁ, ଫାଲଗୁନି ବାରିକ, ସୁଦର୍ଶନ ସେଠ, ଦିଲୀପ ଧରୁଆ, ରାଧାଗୋବିନ୍ଦ ନାଏକ, ସୁଶୀଲ ପଧାନ, ନେତ୍ରାନନ୍ଦ ବାଗ ଓ ସ୍ଥାନୀୟ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.