ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ମେଣ୍ଡାଠାରେ ଶିଶୁ ମେଳା ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜକିଶୋର ତ୍ରିପାଠୀ) : ଶୁକ୍ରବାର ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ମେଣ୍ଡା ଠାରେ ପ୍ରଧାନ ଆଚାର୍ଯ୍ୟ ଚମ୍ପେଶ୍ୱର ବୁଧିଆ ଓ ଶିଶୁ ବାଟିକା ପ୍ରମୁଖ ଅମ୍ବିକା ପ୍ରଧାନଙ୍କ ତତ୍ତ୍ଵାବଧାନରେ ଶିଶୁ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପରିଚାଳନା ସମିତିର ସଭାପତି ସୋମନାଥ ବେଜ କାର୍ଯ୍ୟକ୍ରମ ଉଦଘାଟନ କରିଥିବା ବେଳେ ସଂପାଦକ କିଶୋର ମିଶ୍ର, ଯୁଗ୍ମ ସଂପାଦକ ସନାତନ କର୍ମୀ, କୋଷାଧ୍ୟକ୍ଷ ନରେନ୍ଦ୍ର ଝାଙ୍କର ଓ ମାତୃଭାରତୀର ସଦସ୍ୟାମାନେ ଉପସ୍ଥିତ ଥିବାବେଳେ ଆଚାର୍ଯ୍ୟ ଚନ୍ଦ୍ରାବତୀ ପାଣ୍ଡେ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ଆଧାର ସ୍ତର ଶିଶୁଙ୍କ ଦ୍ଵାରା ୮୫ ଟି ଦୋକାନ ଲାଗିଥିଲା । ଅଭିଭାବକ ଅଭିଭାବିକାମାନେ ସାମଗ୍ରୀ କିଣିଥିଲେ । ସମସ୍ତ ଗୁରୁଜୀ ଗୁରୁମା ସେବକ ସେବିକା ସହଯୋଗ କରିଥିଲେ ।

Leave A Reply

Your email address will not be published.