ପଦ୍ମପୁର, (ନିରୋଜ କୁମାର ପାଣୀ) : ଅକସ୍ମାତ ଦୁଃଖର ପାହାଡ଼ ଲଦି ହେଲା ପରି ଏକ ଆକସ୍ମିକ ଘଟଣାରେ ସମଗ୍ର ଗାଁରେ ଶୋକର ଛାୟା ଖେଳିଯାଇଛି । ଏପରି ଏକ ଦୁଃଖଦ ଘଟଣା ଘଟିଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଜଗଦଲପୁର ପଞ୍ଚାୟତ ଅନ୍ତର୍ଗତ ବଡ଼କୁଞ୍ଜାରୀ ଗ୍ରାମର ପ୍ରଜାପତି ପଟେଲଙ୍କ ପରିବାରରେ । ତାଙ୍କର କଜ୍ୟଷ୍ଠ ପୁତ୍ର ପ୍ରକାଶ ପଟେଲଙ୍କ (୩୫) ଭୁବନେଶ୍ୱର ସ୍ଥିତ ହାଇଟେକ୍ ହସ୍ପିଟାଲରେ ଗତ ୬ ତାରିଖ ଗୁରୁବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ଅପ୍ରାପ୍ତ ବୟସରେ ଦେହାନ୍ତ ଘଟିଛି । ତାଙ୍କ ଜନ୍ମମାଟି ବଡ଼କୁଞ୍ଜାରୀ ଗ୍ରାମରେ ବିଦାୟ କାଳୀନ ଅନ୍ତିଷ୍ଠ ଯାତ୍ରାରେ ଅସଂଖ୍ୟ ଗ୍ରାମବାସୀ ଭାଇବନ୍ଧୁ ଯୋଗଦେଇ ଶବ ସଂସ୍କାର କରିଥିଲେ । ତାଙ୍କ ପରିବାରରେ ତାଙ୍କ ବାପା ମାଆ ଓ ଗୋଟିଏ ପୁଅ, ଗୋଟିଏ ଝିଅ ସନ୍ତାନ ଅଛନ୍ତି । ତାଙ୍କ ସ୍ୱଚ୍ଛ ନିଷ୍କପଟ ସରଳ ଲୋକ ପ୍ରିୟତା ଯୋଗୁଁ ଅଞ୍ଚଳରେ ଏକ ଆଦର୍ଶ ବ୍ୟକ୍ତି ଭାବେ ପରିଚିତ ଥିଲେ । ତାଙ୍କର ଆକସ୍ମିକ ବିୟୋଗ କାରଣରୁ ଜଗଦଲପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।