ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରର ମଞ୍ଚ ନାଟକ ପରମ୍ପରାର ଶହେ ବର୍ଷ ପୂର୍ତ୍ତି ଅବସରରେ ସ୍ଥାନୀୟ ଅଗ୍ରଣୀ ନାଟ୍ୟ ସଂସ୍ଥା ଅବର୍ଣ୍ଣିରଗୁଁଡ଼ା ନାଟ୍ୟ ସଂସଦ ଦ୍ୱାରା ଆୟୋଜିତ ପ୍ରଥମ ଗନ୍ଧମାର୍ଦ୍ଦନ ନାଟକ ମହୋତ୍ସବ -୨୦୨୫ ଉଦଯାପିତ ହୋଇଯାଇଛି । ସଂସଦର ସଭାପତି ଚିନ୍ମୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସଭାରେ ବରଗଡ଼ର ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟଅତିଥି, ବରଗଡ଼ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା, ପ୍ରଫେସର ବାଞ୍ଛ।ନିଧି ପଣ୍ଡା, ପ୍ରଫେସର ଖଗେଶ୍ୱର ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ମା’ ସମଲେଇ ଓ ମାର୍ଜାରକେଶରୀଙ୍କ ପ୍ରତିକୃତିରେ ପୂଜାର୍ଚ୍ଚନା କରି ପଦ୍ମପୁରର ଦିବଙ୍ଗତ ନାଟ୍ୟ ବ୍ୟକ୍ତିତ୍ୱ ମାନଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସଂସଦର ସଭାପତି ଚିନ୍ମୟ କୁମାର ପଣ୍ଡା ସ୍ୱାଗତ ଭାଷଣ ଓ ସମ୍ପାଦକ ଅଶୋକ କୁମାର ବହିଦାର ବିବରଣୀ ପ୍ରଦାନ କରିଥଲେ । ଏହି ଅବସରରେ ପ୍ରଫେସର କେଶରଞ୍ଜନ ପ୍ରଧାନଙ୍କୁ ପ୍ରଥମ ଅବର୍ଣ୍ଣିରଗୁଁଡ଼ା ନାଟ୍ୟ ସମ୍ମାନ ପ୍ରଦାନ କରାଯିବା ସହିତ ମଞ୍ଚ ନାଟକ ପ୍ରତି ବିଶେଷ ଅବଦାନ ପାଇଁ ଡିଗ୍ରୀ ଲାଲ୍ ମେହେର, ତୁଳସୀ ବାରିକ, ରୁଦ୍ର ମେହେର, ସୁଶିଲା ନାୟାର୍ ,ମମତା ଦୀପଙ୍କୁ ସମ୍ମାନିତ କରାଯାଇଥିଲା । ମଞ୍ଚ ନାଟକର ବିକାଶ ପାଇଁ ଗନ୍ଧମାର୍ଦ୍ଦନ ନାଟକ ମହୋତ୍ସବ ନେତୃତ୍ୱ ନେବା ସହିତ, ଆଗାମୀ କାଲି ଏହା ଜାତୀୟ ଉତ୍ସବରେ ପରିଣତ ହେବ ବୋଲି ଅତିଥିମାନେ ଭାଷଣ ପ୍ରସଙ୍ଗରେ ପ୍ରକାଶ କରିଥଲେ । ପରେ ମନିଷ କୁମାର ରଥଙ୍କ ସଂଯୋଜନାରେ ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଜିତେନ୍ଦ୍ରିୟ ପଟ୍ଟନାୟକଙ୍କ ଲିଖିତ ଓ ନିର୍ଦ୍ଦେଶିତ ନାଟକ ଦାମୁର୍ ଓ ଲୁ ନାଟ୍ୟ ସଂସ୍ଥା ପଦ୍ମପୁର ତରଫରୁ ଦୟାସାଗର ଧରୁଆଙ୍କ ଲିଖିତ ଓ କେଶରଞ୍ଜନ ପ୍ରଧାନଙ୍କ ଦ୍ୱାରା ନିର୍ଦ୍ଦେଶିତ ନାଟକ ଅନ୍ଧାର୍ନୁ ଉକିଆ ତକ୍ ମଞ୍ଚସ୍ଥ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିଲା । ସଂସଦର ସହ ସଂପାଦକ ଧନ୍ୟବାଦ ଅର୍ପଣ କରିଥିଲେ । ସମଗ୍ର କାର୍ଯ୍ୟକ୍ରମ ପରିଚାଳନାରେ ଡ଼ଃ. ପ୍ରଦୀପ କୁମାର ଦୋରା, ବିଦେଶୀ ସାହୁ, ବିଶ୍ରାମ ମେହେର, ଅଶୋକ ମେହେର, ଆଶିଷ ବୈକାର୍, ଟେନେସ୍ ପଣ୍ଡା, ରାଜେଶ ନାୟକ, ଗିରିଧାରୀ ସାହୁ, ମୁକେଶ ସାହୁ, ସରୋଜ ସାହୁ, ସୁଶାନ୍ତ ମହାପାତ୍ର, ପ୍ରେମାନନ୍ଦ ଭୁରିଆ, ଶୁଭ୍ରାଂଶୁ ସରାଫ୍, ଆଦିତ୍ୟ ବନଛୋର, ପ୍ରେମାନନ୍ଦ ତୁରିଆ, ସୁବ୍ରତ ସାହୁ, ପ୍ରକାଶ ପ୍ରଧାନ, ଦୀପକ ଦାଶ, ଦୀପକ ତିୱାରୀ ପ୍ରମୁଖ ସହଯୋଗ କରିଥିଲେ ।
Next Post