ଜଙ୍ଗଲ ରାସ୍ତା କଡ଼ରୁ ଅଜଣା ଯୁବତୀର ଝୁଲନ୍ତା ଶବ ଉଦ୍ଧାର

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବୁଡ୍ରୁକିଆ ପଞ୍ଚାୟତର ଡପାସାହି ନିକଟସ୍ଥ ଏକ ଜଙ୍ଗଲ ମଧ୍ୟରେ ଅଜଣା ଯୁବତୀର ଝୁଲନ୍ତା ମୃତ ଶରୀର ଜବତ କରିଛି ବାଲିଗୁଡ଼ା ପୋଲିସ । ଘଟଣାରୁ ପ୍ରକାଶ ଯେ, ଉକ୍ତ ଗ୍ରାମର କିଛି ବ୍ୟକ୍ତି ଜଙ୍ଗଲ ରାସ୍ତା ଦେଇ ଯାଉଥିବା ବେଳେ ଗଛରେ ଝୁଲନ୍ତା ମୃତ ଶରୀରକୁ ଦେଖି ସଙ୍ଗେ ସଙ୍ଗେ ପୋଲିସକୁ ଜଣାଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରି କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଛି, ସେନେଇ ବାଲିଗୁଡ଼ା ପୋଲିସ୍ ଅଧିକ ଛାନ୍‌ଭିନ୍ କରୁଥିବା ଜଣାପଡିଛି । ଉପଖଣ୍ଡ ଆରକ୍ଷୀ ଅଧକାରୀ ରାମେନ୍ଦ୍ର ପ୍ରସାଦଙ୍କ ନିର୍ଦ୍ଦେଶ ପ୍ରକାରେ ଥାନା ଅଧିକାରୀ ସମ୍ବିତ ସ୍ୱାଇଁ ଏହି ଘଟଣାରେ ଅଧିକ ତଦନ୍ତ ପାଇଁ ସାଇଣ୍ଟଫିକ ଟିମ୍ ସହିତ ଯୋଗାଯୋଗ କରିଥିବା ସୂଚନା ମିଳିଛି । ଏ ପର୍ଯ୍ୟନ୍ତ ଯୁବତୀଙ୍କ ପରିଚୟ ମିଳି ପାରିନଥିବା ବେଳେ ଘଟଣାକୁ ନେଇ ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।

Leave A Reply

Your email address will not be published.