ବଲାଙ୍ଗିର ଭୂତଳ ଜଳ ବିଭାଗରେ ଅନୈତିକ ଅବହେଳା ବିରୋଧରେ ଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୂତଳ ଜଳ ବିଭାଗରେ ଦୀର୍ଘ ଦୁଇ ବର୍ଷ ଧରି ଚାଲିଆସୁଥିବା ଅନୈତିକ ଅବହେଳା, ଶୋଷଣ ଓ ଅଧିକାରୀମାନଙ୍କ ଦାୟିତ୍ୱହୀନ ଆଚରଣ ବିରୋଧରେ ଆଜି ବଲାଙ୍ଗିର ଜିଲ୍ଲା ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ହିତାଧିକାରୀମାନେ ଧାରଣା ଦେଇଛନ୍ତି । ଏହି ଧାରଣା ତପନ କୁମାର ହୋତାଙ୍କ ନେତୃତ୍ୱରେ ହୋଇଛି, ଯିଏ ଭୂତଳ ଜଳ ବିଭାଗର ଏକ କନ୍ସୁଲେଟେଣ୍ଟ ଭାବେ କାର୍ଯ୍ୟରତ । ତାଙ୍କ ଅଭିଯୋଗ ଅନୁସାରେ, ଡିଭିଜନାଲ ଓ ଖଣ୍ଡିୟ ଅଧିକାରୀମାନେ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନରେ ଦୀର୍ଘଦିନ ଧରି ଅବହେଳା କରୁଛନ୍ତି । ଏବଂ ଏହାର ନିଜସ୍ୱ ଲାଭ ପାଇଁ ବିଳମ୍ବ କରାଯାଉଛି । ସେ ଆହୁରି କହିଛନ୍ତି ଯେ, ୨୦୨୫ ଜୁଲାଇ ୨ରେ ଡାଇରେକ୍ଟରଙ୍କ ଦ୍ୱାରା ଦିଆଯାଇଥିବା ଲିଖିତ ପ୍ରତିଶୃତି ଅନୁସାରେ ୧୫ ଦିନ ଭିତରେ ସମସ୍ୟା ସମାଧାନ କରାଯିବା କଥା ଥିଲା, କିନ୍ତୁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନ ହେବାରୁ ହିତାଧିକାରୀମାନେ ବିକଳ୍ପ ନ ଦେଖି ଧାରଣାରେ ବସିଛନ୍ତି ।

Leave A Reply

Your email address will not be published.