କଣ୍ଟାବାଞ୍ଜି ଲୋକାଲ ଲିଗ୍ କ୍ରିକେଟ ପ୍ରତିଯୋଗିତା ଆରମ୍ଭ

  • ଭାଗ ନେଲେ ୧୫ଟି ଦଳ

ତୁରେକେଲା (ପିତାମ୍ବର ଦୀପ ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଖେଳ ପଡିଆରେ କଣ୍ଟାବାଞ୍ଜି ଖେଳ ପ୍ରେମୀମାନଙ୍କ ପାଇଁ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ନଭେମ୍ବର ୧୧ରୁ ଆରମ୍ଭ ହୋଇଯାଇଛି ଲୋକାଲ ଲିଗ୍ କ୍ରିକେଟ ପ୍ରତିଯୋଗିତା । ମୁଖ୍ୟ ଅତିଥି ଭାବରେ ଆନିଆ ଜିମ୍‌ ମାଲିକ ରାଜେଶ ରାଓ ଯୋଗ ଦେଇ ମ୍ୟାଚ୍ ଉଦ୍‌ଘାଟନ କରିଥିଲେ । ପ୍ରଥମ ମ୍ୟାଚ୍ କଣ୍ଟାବାଞ୍ଜି ସାହାରା ଏବଂ ଆର୍‌ଆର୍‌ସି ମଧ୍ୟରେ ଖେଳା ଯାଇଥିଲା । ସେହୱାଜ୍ ଖାଁ ଏବଂ ବେଣୁଧର ସେଠ୍ ମ୍ୟାଚ୍ ପରିଚାଳନା କରିଥିଲେ । ଏହି ପ୍ରତିଯୋଗିତା ପଞ୍ଚମ ଥର ପାଇଁ ଆର୍‌ଏସ୍‌ଆର୍‌ଏସ୍‌ କ୍ରିକେଟ କ୍ଲବ ତରଫରୁ ଆୟୋଜନ କରାଯାଉଛି । ଏହି ପ୍ରତିଯୋଗିତାରେ କଣ୍ଟାବାଞ୍ଜି ସହରର ପ୍ରଭାତ କ୍ଲବ, ସେଭେନଷ୍ଟାର, ତିରଙ୍ଗା, ଅଲ୍ ରାଉଣ୍ଡର, ଉତ୍କଳ କ୍ଲବ୍, ଏକ୍ସେସ କ୍ଲବ୍ , ରାଜେନ୍ଦ୍ର ନଗର, ଫ୍ରେଣ୍ଡସ କ୍ଲବ, ଆର୍‌ଆର୍‌ସି, ଟାଉନ ଏକାଦଶ, ଆନଦ ନଗର, କଳିଙ୍ଗ, ବିସିସି, ସୁପର କିଙ୍ଗ ଏବଂ ସାହାରା ଦଳ ସମୁଦାୟ ୧୫ ଗୋଟି ଦଳ ଭାଗ ନେଇଛନ୍ତି । ଏହି ପ୍ରତିଯୋଗିତା ନଭେମ୍ବର୧୧ରୁ ଆରମ୍ଭ ହୋଇଥିବା ବେଳେ ଆଗାମୀ ଡିସେମ୍ବର ୧୫ ପର୍ଯ୍ୟନ୍ତ ଚାଲିବ । ଜିତେଶ ବଗର୍ତ୍ତି, ମିଥୁନ ତାଣ୍ଡି, ଏମ୍‌ଡି ରିହାନ, ଚରନ୍ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.