ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଓମ ଭ୍ୟାଲି ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢି ତୋଳିବା ପାଇଁ ଏଠାରେ ଶିକ୍ଷାଦାନ ସହିତ ଖେଳକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଥାଏ । ସେଥିପାଇଁ ସ୍କୁଲ ଚେୟାରମେନ ଦୀପକ ସାହୁ ସଦା ସର୍ବଦା ଚେଷ୍ଟିତ । ଯାହାର ଫଳ ସ୍ୱରୂପ ଏଠାରୁ ଯୁକ୍ତଦୁଇ ବାଣିଜ୍ୟରେ ପଢ଼ୁଥିବା ଛାତ୍ର ବିଶ୍ୱାସ ରଞ୍ଜନ ପଣ୍ଡା ଏଠାରେ ପାଠପଢା ସହ ବ୍ୟାଡମିଣ୍ଟନ ଖେଳିବା ପାଇଁ ତାଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଫଳ ସ୍ୱରୂପ ଅକ୍ଟୋବର ମାସରେ ନାଇଜେରିଆ ଠାରେ ଆୟୋଜିତ ହୋଇଥିବା ଆନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାରେ ବିଶ୍ୱାସ ଆମ ଦେଶ ତରଫରୁ ଅଂଶ ଗ୍ରହଣ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହି ସଫଳତା ହାସଲ ପରେ ସୋମବାର ଦିନ ଅପରାହ୍ନରେ ଟିଟିଲାଗଡ଼ ଚାହାରଭଟା ସ୍ଥିତ ଓମ ଭ୍ୟାଲି ସ୍କୁଲରେ ସ୍କୁଲ ମ୍ୟାନେଜମେଣ୍ଟ କମିଟି ପକ୍ଷରୁ ସ୍କୁଲ ଅଧ୍ୟକ୍ଷ ଏମ୍ ନାଗା ମାଲେଶ୍ୱର ରାଓ ଏବଂ ସ୍କୁଲ ଚିଫ୍ ଏଡଭାଇଜର ରୋବିନ ଚନ୍ଦ୍ର ପାରମାଣିକ ଓ ସ୍କୁଲର ବାଣିଜ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ପ୍ରତାପ ସାହୁ, ଅର୍ଥନୀତି ଅଧ୍ୟାପକ ସଞ୍ଜୀବ ତ୍ରିପାଠୀଙ୍କ ଉପସ୍ଥିତିରେ ବିଶ୍ୱାସ, ତାଙ୍କ ପିତା ନିଶାକାନ୍ତ ପଣ୍ଡା, ମାତା ସସ୍ମିତା ପଣ୍ଡା ଓ କାକା ଅନୁନ ଚନ୍ଦ୍ର ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ବିଶ୍ୱାସ ଏବଂ ତାଙ୍କ ପିତାମାତା ଏହି ସଫଳତାରେ ଶ୍ରେୟ ଓମ ଭ୍ୟାଲି ସ୍କୁଲର ମ୍ୟାନେଜମେଣ୍ଟ, ଅଧ୍ୟକ୍ଷ ଓ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ଦେଇଛନ୍ତି ।
