ବାଇକ୍‌ ଓ କାର୍‌ ଧକ୍କାରେ ବାଇକ୍‌ ଚାଳକ ମୃତ୍ୟୁ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବାଇକ୍‌ ଓ କାର୍‌ ଧକ୍କାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି । ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଜୁରିଆ ଗାଁ ନିକଟସ୍ଥ ଭୁଲିଆ ବନ୍ଦ ଅଞ୍ଚଳରେ ଆଜି ସକାଳେ ଏକ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ଡୁଲାମଣି ମେହେର (୫୨) ନାମକ ଜଣେ ବ୍ୟକ୍ତି ପ୍ରାଣ ହାରାଇଛନ୍ତି । ପ୍ରାଥମିକ ତଥ୍ୟ ଅନୁସାରେ, ଡୁଲାମଣି ମେହେର ତାଙ୍କ ମୋଟରସାଇକେଲ ଓଡ଼ି-୦୩-୨୪୮୯ରେ ଯାଉଥିବା ବେଳେ ପଦ୍ମପୁର ଦିଗରୁ ଏକ କାର ଓଡ଼ି-୦୩-ଏକ୍ସ-୩୪୮୫ ତାଙ୍କୁ ଜୋର୍‌ରେ ଧକ୍କା କିଛି ଦୂର ପର୍ୟ୍ୟନ୍‌ନ୍ତ ଘୋଷାଡ଼ି ନେଇଥିଲା । ଘଟଣାସ୍ଥଳରେ ହିଁ ଡୁଲାମଣିଙ୍କ ଶୋଚନୀୟ ମୃତ୍ୟୁ ଘଟିଥିଲା । ଲରମ୍ଭା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଥିବା ବେଳେ ଜରୁରୀ ତଥ୍ୟ ସହ ସାକ୍ଷୀମାନଙ୍କର ବିବୃତ୍ତି ସଂଗ୍ରହ କରୁଥିବା ସୂଚନା ରହିଛି । ପୋଲିସ କହିଛନ୍ତି ଯେ, ଦୁର୍ଘଟଣାର ସଠିକ କାରଣ ନିଶ୍ଚିତ କରିବା ପାଇଁ ତଦନ୍ତ ଚାଲିଛି ।

Leave A Reply

Your email address will not be published.