csstore

ଘୋରଡ଼ିଆରେ କାର୍ତ୍ତିକେଶ୍ୱରଙ୍କ ଜନ୍ମ ବାର୍ଷିକ ପୂଜା ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ଗ୍ରାମର ଯୁବଗୋଷ୍ଠୀଙ୍କ ଦ୍ୱାରା ପ୍ରତିବର୍ଷ ଭଳି ଚଳିତ ବର୍ଷ ପ୍ରଭୁ କାର୍ତ୍ତିକେଶ୍ୱରଙ୍କ ଜନ୍ମ ବାର୍ଷିକ ଉତ୍ସବ୨୦୨୫ ସାଉରିଆ ଗ୍ରାମର ମହାବୀର ମନ୍ଦିର ପ୍ରାଙ୍ଗଣରେ୧୩ତମ ବାର୍ଷିକ ଉତ୍ସବ ମହାସମାରୋହ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଅଧିବାସ, ଗ୍ରାମ୍ୟ ସନ୍ନିକଟ ପ୍ରବାହିତ ଦୟାନଦୀରୁ ଭକ୍ତ ଦ୍ୱାରା କଳସ ଯାତ୍ରା, (ଜଳଯାତ୍ରା) କଳସ ସ୍ଥାପନ, ସୂର୍ଯ୍ୟପୂଜା, ଯଜ୍ଞକର୍ମାଙ୍ଗ ପୂଜା, ଅଗ୍ନିସ୍ଥାପନ ସହ ପୂଜା ମଣ୍ଡପରେ ସୁସଜ୍ଜିତ ମେଢରେ ଶିବ ପାର୍ବତୀ, କାର୍ତ୍ତିକେଶ୍ୱର ଗଣେଶଙ୍କ ବିରାଟ ମୃଣ୍ମୟୀ ମୂର୍ତ୍ତୀ ସହ ପାଖରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ମୂର୍ତ୍ତୀ ସହ ରାଧାକୃଷ୍ଣଙ୍କ ମୂର୍ତ୍ତୀ ଫୁଲରେ ସଜ୍ଜିତ ମେଢ ସ୍ଥାପନ ସାଙ୍ଗକୁ ବର୍ଣ୍ଣାଢ୍ୟ ସୁଉଚ୍ଚ କୋଟିର ତୋରଣ ଓ ରଙ୍ଗ ବେରଙ୍ଗର ସୁସଜ୍ଜିତ ଆଲୋକ ଓ ଫୁଲ ସଜ୍ଜା ସମସ୍ତଙ୍କୁ ଆକର୍ଷିତ କରିଛି । ପ୍ରତ୍ୟେହ ପୂଜାପାଠ, ମନ୍ତ୍ରଧ୍ୱନୀରେ ସମଗ୍ର ଅଚଂଳ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହେଉଛି । ଶନିବାରଠାରୁ ଆରମ୍ଭ ହୋଇ ଶୁକ୍ରବାର ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ପ୍ରତ୍ୟେହ ସନ୍ଧ୍ୟାରେ ସଂକୀର୍ତ୍ତନ, ଘୋଡାନାଚ, ସୀତାଚୋରୀ, ଲବକୁଶ ଜନ୍ମ ରାମ ନାଟକ ନୟାଗଡ ରାମଲୀଳା ଦ୍ୱାରା ପରିବେଷଣ କରାଯିବ, ଏଥିସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କାର୍ତ୍ତିକମାସ ହେତୁ ସକାଳେ, ସନ୍ଧ୍ୟାରେ ବହୁ ସଂଖ୍ୟାରେ ଭକ୍ତ, ଶ୍ରଦ୍ଧାଳୁ ଓ ହବିଷ୍ୟାଳୀଙ୍କ ଭିଡ ପାଇଁ ସମଗ୍ର ଅଂଚଳରେ ଏକ ପ୍ରକାର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଶୁକ୍ରବାର ବିରାଟ ଶୋଭାଯାତ୍ରା ଠାକୁରଙ୍କ ମୂର୍ତ୍ତୀ ବିସର୍ଜନ ସହ ସମସ୍ତ ଭକ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି ବୋଲି କାର୍ତ୍ତିକେଶ୍ୱର ପୂଜା କମିଟିର ଭକ୍ତବୃନ୍ଦ ସୂଚନା ଦେଇଛନ୍ତି । ସେହିପରି ହରିରାଜପୁର ପଚାଂୟତ ଅନ୍ତର୍ଗତ ନଇ ଭଁସର ପାଇକ ସାହିରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପ୍ରଭୁ କାର୍ତ୍ତିକେଶ୍ୱରଙ୍କ ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

jayashree
Leave A Reply

Your email address will not be published.