ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଅନ୍ୱେଷା ତରଫରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ରାଷ୍ଟ୍ରୀୟ ଏକତା ଦିବସ ଓ ୧୧୮ତମ ମାସିକିଆ ମାଗଣା ହାଟ ଆୟୋଜନ କରାଯାଇଥିଲା । ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେଲୱେ କଲୋନୀ ପୋଖରୀ ନିକଟସ୍ଥ ଆମରନାଥ ବସ୍ତି ଠାରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନର ସଭାପତି ବିରଞ୍ଚିନାରାୟଣ ପଟ୍ଟନାୟକ ମୁଖ୍ୟଅତିଥି, ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ମାଧ୍ୟମରେ ବହୁ ଗରିବ ଗୁରୁବା ଉପକୃତ ହେଉଛନ୍ତି ବୋଲି ମତ ରଖିବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛି ବୋଲି ମତ ରଖିଥିଲେ । ଏହି ଅବସରରେ ଅନ୍ୱେଷାର ରାଜ୍ୟ ପ୍ରତିନିଧି କବି ଶଙ୍କର ପରିଡାଙ୍କ ବିୟୋଗରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ କାର୍ଯ୍ୟନିର୍ବାହୀ ସଦସ୍ୟ ରଞ୍ଜନ ସାହୁ ଓ ଅନ୍ୱେଷା ଟିମ୍ର ସଦସ୍ୟଗଣ ସହଯୋଗ କରିଥିଲେ । ଏହି ମାଗଣା ହାଟରେ ବସ୍ତ୍ର, ଛତା, ବର୍ଷାତି, କମ୍ବଳ ଓ ବାସନକୁସନ ଆଦି ଘରୋଇ ସାମଗ୍ରୀ ନିଶୁଲ୍କ ଭାବେ ବଣ୍ଟନ କରାଯାଇଥିଲା ।