ବଲାଙ୍ଗିର, (କେପିଏନ୍ଏସ୍) : – ବଲାଙ୍ଗିର ଦିନ ଉଧେ ସଫେଇ କାର୍ଯ୍ୟକ୍ରମ :
ତା:୨୬.୧୦.୨୦୨୫ ଦିନ ୭ଟା ସମୟରେ ବଲାଙ୍ଗିର ଶାନ୍ତିପଡ଼ା ଶ୍ମଶାନରେ ଠାରେ ବଲାଙ୍ଗିର ଶାନ୍ତିପଡ଼ା ଦୁର୍ଗା ପୂଜା କମିଟି ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପାର୍ଥ କର୍ଣ୍ଣ, ଲକ୍ଷ୍ମୀ ସେଠ, ମୁନା ପୁଟା, ଶିବ ବିଶି, ଶିରୋମଣି ସେଟ୍, ପ୍ରତାପ ରଥ, ଦେବରାଜ ନାଗ, ସୁରେଶ କମ୍ଫ, ସନ୍ତୋଷ ସାହୁ, ସଚିନ୍ ନାଏକ, ଜିତେନ ବିଶି, ବଣ୍ଟି ଖୁଣ୍ଟିଆ, ରାଜେଶ ବାଗ, ମନିଷ ସାହୁ, ମହାଦେବ ସାହୁ, ରାଜୀବ ବିଶି, ଜିତୁ ମଲ୍ଲିକ, ରାମ ଶଙ୍କର ଶତପଥୀ, ସାନ୍ତାନୁ ମହାକୁର, ଓମ୍ ପ୍ରକାଶ ବହିଦାର, ଗୋପି ବାଗ, ଶୁସିଲ ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ ।
ବଲାଙ୍ଗିର ଦିନ ଉଧେ ଆର୍ଟ ଆଣ୍ଡ କ୍ରାଫ୍ଟ କାର୍ଯ୍ୟକ୍ରମ :
ତା:୨୬.୧୦.୨୦୨୫ ଦିନ ୯ଟା ସମୟରେ ବଲାଙ୍ଗିର ଟାଉନ୍ ବାଳିକା ବିଦ୍ୟାଳୟ ଠାରେ ବଲାଙ୍ଗିର ମେରା ହୁନର କମିଟି ପକ୍ଷରୁ ଆର୍ଟ ଆଣ୍ଡ କ୍ରାଫ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଚାରକ ଭାବରେ ବାସୁଦେବ ମେହେର, ଦିଲ୍ଲୀପ କୁମାର ସିଂଦେଓ, ଝରଣା ମିଶ୍ର, ମୂଖ୍ୟ ଅତିଥି ଏମ୍ ଡି ନାସିର ଖାଁ, ସଭାପତି ସୁନି ସଦର ମସଜିଦ, ଗୋପାଳଜୀ ପାଣିଗ୍ରାହୀ, ପ୍ରତାପ ରଥ, ସଙ୍ଗୀତା ଦାସ, ଗୋପାଳ ପ୍ରଧାନ, ସରିତା ଦାସ, ଦିନେଶ ଶର୍ମା, ଲୋଟସ ଷଡ଼ଙ୍ଗୀ, ବିଧୁ ଭୁଷଣ ତ୍ରିପାଠୀ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଅବସର ନେଇଥିବା ମହିଳା କ୍ରିକେଟ ଖେଳାଳି ରୋସନାରା ପରବିନକୁ ସମ୍ବର୍ଦ୍ଧିତ କରାଯାଇଥିଲା । ସକିଲା ବାନୋ, ସର୍ମିଲା ବାନୋ, ସାହିନା ବେଗମ, ଫିରଦୋସ ପରବିମ, ଆଶିକ ଉଲ୍ଲା ଖାଁ, ଗୁଞ୍ଜନ ଅଗ୍ରୱାଲ,ରିତା ଠାକୁର, ବିଶ୍ୱରଂଜନ ଡାକୁଆ, ନୂତନ ଦାସ, ଶ୍ରାବଣୀ ମେହେର, ପୂଜା ସାହୁ, ବିନୋଦ କାଲସାଏ, ସୋମନାଥ ମିଶ୍ର, ହରି ଓମ୍ ପଟେଲ, ରିଲୁ, ନାରା ପ୍ରମୁଖ ସହଯୋଗ କରିଥିଲେ । ପରିଚାଳନା କରିଥିଲେ ମମତା ଜେନା ।
ବଲାଙ୍ଗିର ଦିନ ଉଧେ ରଙ୍ଗୋଲି ପ୍ରତିଯୋଗିତା :
ତା:୨୬.୧୦.୨୦୨୫ ଦିନ ୪ଟା ସମୟରେ ବଲାଙ୍ଗିର କଲେଜ ଛକ କଲ୍ୟାଣ ମଣ୍ଡପ ଠାରେ ବଲାଙ୍ଗିର ନାରୀ ଶକ୍ତି ଫାଉଣ୍ଡେସନ ତରଫରୁ ରଙ୍ଗୋଲି ପ୍ରତିଯୋଗିତା ହୋଇଥିଲା । ଏଥିରେ ବିଚାରକ ଭାବରେ ବାସୁଦେବ ମେହେର, ଦିଲ୍ଲୀପ ସିଂଦେଓ, ଝରଣା ମିଶ୍ର ଉପସ୍ଥିତ ଥିଲେ । ମୂଖ୍ୟ ଅତିଥି ଭାବେ ପଦ୍ମଶ୍ରୀ କୈଳାସ ଚନ୍ଦ୍ର ମେହେର ଯୋଗ ଦେଇଥିବା ବେଳେ ଗୋପାଳଜୀ ପାଣିଗ୍ରାହୀ, ପ୍ରତାପ ରଥ, ବିଧୁ ଭୂଷଣ ତ୍ରିପାଠୀ, ଗୋପାଳ ପ୍ରଧାନ, ଲୋଟସ ଷଡ଼ଙ୍ଗୀ, ଦିନେଶ ଶର୍ମା, ସରିତା ଦାସ, ସଙ୍ଗୀତା ଦାସ ଅତିଥି ଭାବେ ଯୋଗ ଦେଇଥିଲେ । ଅବସର ପ୍ରାପ୍ତ ମହିଳା କ୍ରିକେଟ ଖେଳାଳି ରୋସନାରା ପରବିନକୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅଭିଜିତ ପାଣିଗ୍ରାହୀ ପରିଚାଳନା କରିଥିଲେ । ବିନୋଦ କାଲସାଏ, ରାମ ଦାସ, ଅନୁପ୍ରିୟା ମିଶ୍ର, ସୋମନାଥ ମିଶ୍ର, ହରି ଓମ୍ ପଟେଲ,ରିଲୁ, ମମତା ଜେନା, ଶ୍ରାବଣୀ ମେହେର, ଅଞ୍ଜଳି ବିଶି, ନୂତନ ଦାସ, ରେବତୀ ଷାଣ୍ଢ, ସୈରନ୍ଦ୍ରି ନାୟକ, ନୂତନ ସେନ୍ଦ୍ରିଆ, ପାରିଯାତ ଡାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ ।
ବଲାଙ୍ଗିର ଦିନ ଉଧେ ଫେନ୍ସି ଡ୍ରେସ ଓ ଆମର୍ ପିନ୍ଧନ୍ ଉଢ଼ନ୍ ର୍ୟାମ୍ଫ ସୋ’ ପ୍ରତିଯୋଗିତା :
ତା:୨୬.୧୦.୨୦୨୫ ଦିନ ୪ଟା ସମୟରେ ବଲାଙ୍ଗିର ପି ପି ଏକାଡେମୀ ଠାରେ ମହନୀ ନୃତ୍ୟ କଳା ଓ ଗବେଷଣା କେନ୍ଦ୍ର, ବଲାଙ୍ଗିରର ମୂଖ୍ୟ ବିନୋଦ କାଲସାଏଙ୍କ ନେତୃତ୍ୱରେ ଫେନ୍ସି ଡ୍ରେସ ଓ ଆମର୍ ପିନ୍ଧନ୍ ଉଢ଼ନ୍ ର୍ୟାମ୍ଫ ସୋ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଚାରକ ଭାବରେ ହିମାଂଶୁ ଖମାରୀ, ରାମ ଦାସ, ଅନୁପ୍ରିୟା ମିଶ୍ର, ଅନିତା ତ୍ରିପାଠୀ, ଅଙ୍କିତା ବାରିକ ଉପସ୍ଥିତ ଥିଲେ । ମୂଖ୍ୟ ଅତିଥି ଭାବରେ ଗୋପାଳଜୀ ପାଣିଗ୍ରାହୀ, ଅତିଥି ଭାବେ ପ୍ରତାପ ରଥ, ବିଧୁ ଭୂଷଣ ତ୍ରିପାଠୀ, ଗୋପାଳ ପ୍ରଧାନ, ଲୋଟସ ଷଡ଼ଙ୍ଗୀ, ଦିନେଶ ଶର୍ମା, ସରିତା ଦାସ, ସଙ୍ଗୀତା ଦାସ, ଅଶୋକ ରଥ, କପିଳେଶ୍ୱର ଖମାରୀ, ସୋମନାଥ ମିଶ୍ର, ବିକାଶ ସା ପ୍ରମୁଖ ଉପସ୍ଥିତ ଥିଲେ । ନ୍ୟାସନାଲ ସ୍କୁଲ ଅଫ ଡ୍ରାମା, ନୂଆଦିଲ୍ଲୀ ରାମ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାକୁ ପରିଚାଳନା କରିଥିଲେ ବିରେନ୍ଦ୍ର ପାଣ୍ଡେ । ନୂତନ ଦାସ, ପୂଜା ସାହୁ, ହରି ଓମ୍ ପଟେଲ, ସୁମେଶ ଡାଙ୍ଗ, ଅଷ୍ଟମୀ ନାଗ, ଦିଲୁ ଦୀପ, ପ୍ରଭୁଦତ୍ତ ସେଠି, ବିନୟ ସୁନା, ଲକ୍ଷ୍ମଣ ନନ୍ଦ, ବିଟୁ ଦୀପ, ଦିବ୍ୟା ବିଶି, ରାସେଶ୍ୱରୀ ଚଣ୍ଡୀ, ଆକାଶ ମହାରଣା, ସାଗର କୁମାର, ମିନତୀ ଓ ବଲାଙ୍ଗିରିଏନ ଧାଙ୍ଗ୍ରୀ ଗୃପର ସମସ୍ତ ସଦସ୍ୟା ସହଯୋଗ କରିଥିଲେ ।