ସହର ମଧ୍ୟରେ ଲୁଟେରା ଗ୍ୟାଙ୍ଗ ଲୁଟିନେଲେ ଦେଢ଼ଲକ୍ଷ ଟଙ୍କା

ଟିଟିଲାଗଡ, ( ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ସହର ମଧ୍ୟରେ ଥିବା ଏକ୍ସିସ ବ୍ୟାଙ୍କ ସମ୍ମୁଖରୁ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ମଧ୍ୟପ୍ରଦେଶରୁ ଆସି ଟିଟିଲାଗଡରେ ବ୍ୟବସାୟ କରୁଥିବା ଘନଶ୍ୟାମ ଚାରଣ ନାମକ ଜଣେ ବ୍ୟବସାୟୀ ଏକ୍ସିସ୍ ବ୍ୟାଙ୍କରେ ୪୫ ହଜାର ଟଙ୍କା ଜମା କରି ବଳକା ୧ ଲକ୍ଷ ୫୦ ହଜାର ଟଙ୍କା ପଞ୍ଜାବ ନେସନାଲ ବ୍ୟାଙ୍କରେ ଜମା କରିବା ପାଇଁ ଏକ୍ସିସ୍‌ରୁ ବାହାରି ଚାଲି ଯାଉଥିବା ସମୟରେ ଦୁଇଜଣ ଲୁଟେରା ବ୍ୟବସାୟୀଙ୍କୁ ଧକ୍କା ମାରି ଟଙ୍କା ଲୁଟି ନେଇ ଟିଭିଏସ ଆପଚି ( ଗାଡ଼ି ନମ୍ବର – ଓଡି ୦୨ ବିଏ ୪୯୬୬) ଦ୍ୱାରା ଫେରାର ମାରିଥିବା ବ୍ୟବସାୟୀ ଅଭିଯୋଗ କରିଛନ୍ତି । ସେମାନେ ଫେରାର ମାରିବା ସମୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଛକ ପାଖରେ ଜଣଙ୍କୁ ଧକ୍କା ଦେଇ ଆଗକୁ ତୀବ୍ର ଗତିରେ ପଳାୟନ କରିଥିଲେ । କିନ୍ତୁ ତୀବ୍ର ଗତିରେ ଯାଉଥିବା ସମୟରେ ଜଗନ୍ନାଥ ମନ୍ଦିର ଗଲିଏଫ୍ ସି ଆଇ ଅଫିସ୍ ସମ୍ମୁଖରେ ଜଣେ କୋରିୟର ବୟେ ଘନଶ୍ୟାମ ଆଡଯୁଆଡଙ୍କ ବାଇକ୍‌ରେ ଧକ୍କା ହୋଇଥିଲେ । ସେଠାରେ ସେମାନେ ପଡ଼ି ଯିବାରୁ ବାଇକ୍ ଓ ଏକ ବ୍ୟାଗକୁ ଛାଡି ଫେରାର ହୋଇଯାଇଥିବା ସୂଚନା ରହିଛି । ବ୍ୟବସାୟୀ ଘନଶ୍ୟାମ ତୁରନ୍ତ ଟିଟିଲାଗଡ ପୋଲିସ ଷ୍ଟେସନକୁ ଆସି ଅଭିଯୋଗ କରିବାରୁ ଏସ୍‌ଆଇ ମୋହିନୀ ମଲ୍ଲିକଙ୍କ ସହ ଏକ ପୋଲିସ ଟିମ୍ ତଦନ୍ତ ଆରମ୍ଭ କରିଥିଲେ । ସ୍ଥାନୀୟ ଲୋକେ କହନ୍ତି ଲୁଟେରା ମାନେ ପୋଲିସ ଷ୍ଟେସନ ଭିତରକୁ ଯାଇ କପଡା ବଦଳାଇ ପୁଣି ବାହାରି ଯାଇଥଲେ । କିନ୍ତୁ ବର୍ତ୍ତମାନ ଟିଟିଲାଗଡ ପୋଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.